ଗୋଟିଏ ଶ୍ରେଣୀର ୨୨ ପିଲା କରୋନା ପଜିଟିଭ

କୋଣ୍ଡାଗାଓଁ,୩୧ ।୧: ଦେଶରେ ବେଳକୁ ବେଳ କରୋନା ସଂକ୍ରମଣ କମ୍ ହେବା ପରିଲକ୍ଷିତ ହେଉଛି । ହେଲେ ଛତିଶଗଡ଼ କୋଣ୍ଡାଗାଓଁରେ ଗୋଟିଏ ଶ୍ରେଣୀରେ ୨୨ ପିଲା କରୋନା ପଜିଟିଭ ଚିହ୍ନଟ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଜିଲାର ବଡେରାଜପୁର ବିକାଖଣ୍ଡରେ ଥିବା ମୋହଲ୍ଲା କ୍ଲାସରେ ୨୨ ପିଲା କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଛି । ଅନ୍ୟପଟେ ରାଜ୍ୟରେ ପ୍ରତିଦିନ ପ୍ରାୟ ନୂଆ ୫୦୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି । ସୂଚନାଯୋଗ୍ୟ, ଉକ୍ତ ଶ୍ରେଣୀରେ ଜଣେ ପିଲା ଅସୁସ୍ଥ ଥିବା ବେଳେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା ଓ ସେ ପଜିଟିଭ ଥିବା ଜଣାପଡିଥିଲା । ଏହାପରେ ଅନ୍ୟପିଲାମାନଙ୍କର କରୋନା ଟେଷ୍ଟ କରାଯିବା ପରେ ସେମାନଙ୍କ ମଧ୍ୟରୁ ୨୨ଜଣ କରୋନାରେ ପୀଡ଼ତ ଥିବା ଜଣାପଡିଥିଲା । ସିଏଚ୍‌ଏମ୍‌ଓ ଡାକ୍ତର ଟିଆର୍ କୁଅଁର କହିଛନ୍ତି ସମସ୍ତ ପିଲାଙ୍କ ବୟସ ୧୧-୧୪ବର୍ଷ ମଧ୍ୟରେ । ଏବେ ଏମାନଙ୍କୁ ଘରେ ନ ରଖି ଛାତ୍ରାବାସକୁ ଆଇସୋଲେଶନ ସେଣ୍ଟର କରି ସେହିଠାରେ ରଖି ଚିକିତ୍ସା ଯୋଗାଇ ଦିଆଯାଇଥିବା ଜଣାପଡିଛି ।

Share