ବିଶ଼୍ବରେ ସବୁଠାରୁ ଅଧିକ ଦରମା, ଜାଣନ୍ତୁ କେତେ ଟଙ୍କା ?

ନୂଆଦିଲ୍ଲୀ, ୧୩।୬: ବିଶ଼୍ବର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଦରମା ପ୍ୟାକେଜ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତାଙ୍କର ପ୍ୟାକେଜ ଏତେ ଟଙ୍କାର ଥିଲା ଯେ ଆମେରିକୀୟ କୋର୍ଟଙ୍କୁ ମଧ୍ୟ ଏଥିରେ ରୋକ୍‌ ଲଗାଇବାକୁ ପଡ଼ିଥିଲା । ହେଲେ ୬ ବର୍ଷ ପରେ ସେ ପୁଣି ମାଟା ଅଙ୍କର ଦରମା ନେବାକୁ ଯାଉଛନ୍ତି। ବୈଦ୍ୟୁତିକ ଯାନ ଉତ୍ପାଦନକାରୀ କମ୍ପାନୀ ଟେସଲାର ସେୟାର ହୋଲ୍ଡର୍ସମାନେ ଏଲନ ମସ୍କଙ୍କର ବାର୍ଷିକ ପ୍ୟାକେଜ ୫୬ ବିଲିୟନ ଡ଼ଲାର୍‌ ଅର୍ଥାତ ପ୍ରାୟ ୪.୬୪ ଲକ୍ଷ କୋଟି ଟଙ୍କା ନେଇ ଅନୁମୋଦନ କରିଛନ୍ତି। ଆମେରିକାର କର୍ପୋରେଟ ଇତିହାସରେ ଜଣେ ସିଇଓଙ୍କ ପାଇଁ ଏହା ଏପର୍ଯ୍ୟନ୍ତ ସବୁଠାରୁ ବଡ ଦରମା ପ୍ୟାକେଜ ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ, ଏଲନ ମସ୍କ ନିଜେ ଟୱିଟ କରି ସେୟାର ହୋଲ୍ଡରମାନଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି। ବୁଧବାର ଅନୁଷ୍ଠିତ ବୈଠକରେ ସେୟାର ହୋଲ୍ଡରମାନେ ଏହି ପ୍ୟାକେଜକୁ ଅନୁମୋଦନ କରିଛନ୍ତି ଏବଂ ଗୁରୁବାର ଅନୁଷ୍ଠିତ ବୈଠକରେ ଏହା ଘୋଷଣା କରାଯିବ। ଯଦିଓ କମ୍ପାନୀର କିଛି ସେୟାର ହୋଲ୍ଡର ଏହାକୁ ବିରୋଧ କରିଛନ୍ତି । ୨୦୧୮ ମସିହାରେ ଏଲନ ମସ୍କଙ୍କୁ ଏହି ପ୍ୟାକେଜ ଦେବା ପାଇଁ ଏକ ପ୍ରସ୍ତାବ ଦିଆଯାଇଥିଲା।କିନ୍ତୁ କିଛି ସେୟାର ହୋଲ୍ଡରଙ୍କ ବିରୋଧ ପରେ ଡେଲାୱେର୍‌ କୋର୍ଟର ବିଚାରପତି ଏହା ଉପରେ ରୋକ୍‌ ଲଗାଇଥିଲେ । ତେବେ, ଏଥର ଅଧିକାଂଶ ସେୟାର ହୋଲ୍ଡର ସେମାନଙ୍କ ସମ୍ମତି ଦେଇଛନ୍ତି। ଏହି ପ୍ୟାକେଜର ମୂଲ୍ୟ ହେଉଛି ୫୬ ବିଲିୟନ ଡଲାର । କାରଣ ୨୦୧୮ରେ ଟେସଲାର ବଜାର ମୂଲ୍ୟ ୫୯.୧ ବିଲିୟନ ଡ଼ଲାର ଥିଲା । ଯାହା ଆଜି ୫୭୦ ବିଲିୟନ ଡ଼ଲାରରେ ପରିଣତ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅଣ୍ଡର ଓ୍ବେୟାରକୁ ନେଇ ଏମିତି ଗାଇଡ ଲାଇନ ଜାରି କଳା ଏୟାର ଲାଇନ, ସାରା ବିଶ୍ୱରେ ହେଉଛି ଚର୍ଚ୍ଚା

ଓ୍ବାଶିଂଟନ, ୧୮।୯: ଆମେରିକାର ଡେଲଟା ଏୟାରଲାଇନ୍ସ ଅନ୍ତବସ୍ତ୍ର ବା ଅଣ୍ଡର ଓ୍ବେୟାରକୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି। ଏହି ଦୁଇ ପୃଷ୍ଠାର ଗାଇଡଲାଇନ ବାହାରିବା...

ମାଲାମାଲ ହେଲା ବାଂଲାଦେଶ, ଆମେରିକା ପରେ ଏବେ…

ଢାକା,୧୮।୯: ଚଳିତ ଆର୍ଥିକ ବର୍ଷରେ ବାଂଲାଦେଶକୁ ଅତିରିକ୍ତ ୨ ବିଲିୟନ ଆମେରିକୀୟ ଡଲାର ପ୍ରଦାନ କରିବ ବୋଲି ବଶ୍ୱବ୍ୟାଙ୍କ ମଙ୍ଗଳବାର ଘୋଷଣା କରିଛି। ଗୁରୁତ୍ୱପୂର୍ଣ୍ଣ ସୁଧାର,...

ପେଜର କ’ଣ? କେମିତି ହୁଏ ବ୍ଲାଷ୍ଟ

ବେରୁତ,୧୮।୯: ଲେବାନନର ପେଜର୍‌ ବ୍ଲାଷ୍ଟରେ ଅତି କମରେ ନଅ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ ୩୦୦୦ଲୋକ ଆହତ ହୋଇଛନ୍ତି। ଲେବାନନର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ,...

ନିର୍ବାଚନ ପ୍ରଚାର ମଧ୍ୟରେ ମୋଦିଙ୍କୁ ଭେଟିବାକୁ କାହିଁକି କହିଲେ ଟ୍ରମ୍ପ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ଓ୍ବାଶିଂଟନ,୧୮।୯: ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ମୁଖ୍ୟ ପ୍ରତିଯୋଗିତା ହେଉଛି ଡୋନାଲ୍ଡ ଟ୍ରମ୍ପ ଏବଂ କମଲା ହାରିସଙ୍କ ମଧ୍ୟରେ। ନିର୍ବାଚନ ପାଇଁ...

ମାତ୍ର ୩ ଗ୍ରାମ ବାରୁଦରେ ଥରି ଉଠିଲା ହିଜବୁଲ, ଜାଣନ୍ତୁ ପେଜର ବ୍ଲାଷ୍ଟର ପୁରା ପ୍ଲାନିଂ

ବେରୁତ,୧୮।୯: ଲେବାନନରେ ହଜାର ହଜାର ପେଜର୍‌ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଲେବାନନ ମିଲିସିଆ ହିଜବୁଲ ବହୁ କ୍ଷତି ସହିଥିବା ଜଣାଯାଇଛି।...

ଅଚାନକ କମଲା ହାରିସଙ୍କ ପ୍ରଶଂସା କଲେ ଟ୍ରମ୍ପ: ଜାଣନ୍ତୁ କାହିଁକି

ଓ୍ବାଶିଂଟନ,୧୮।୯: ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆମେରିକାର ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ କମଲା ହାରିସ ଏବଂ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ...

ଲୋକଙ୍କ ଖାଦ୍ୟ ପାଇଁ ମରାଯିବ ୨୦୦ ହାତୀ

ହରାରେ, ୧୮।୯:ଏଲ୍‌ନିନୋ ପ୍ରଭାବରେ ଜିମ୍ବାଓ୍ବେ ଓ ଅନ୍ୟ ଦକ୍ଷିଣ ଆଫ୍ରିକୀୟ ଦେଶଗୁଡ଼ିକରେ ୪ ଦଶନ୍ଧି ମଧ୍ୟରେ ସବୁଠୁ ଉତ୍କଟ ମରୁଡ଼ି ସ୍ଥିତି ଦେଖାଦେଇଛି। ଏହାର ପ୍ରଭାବରେ...

ଇନଷ୍ଟା ୟୁଜର୍ସଙ୍କ ପାଇଁ ବଡ଼ ସୂଚନା, ଏବେ ପବ୍ଲିକ ରଖିପାରିବେନି…

ନୂଆଦିଲ୍ଲୀ,୧୭।୯: ମେଟା ପ୍ଲାଟଫର୍ମ ସୋସିଆଲ ମିଡିଆରୁ ନକରାତ୍ମକ ପ୍ରଭାବକୁ ଦୂର କରିବା ପାଇଁ ୧୮ବର୍ଷରୁ କମ୍‌ ବୟସର ପିଲାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ପ୍ରାଇଭେଟ୍‌ ଆକାଉଣ୍ଟ କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri