ଓସ୍କାରରେ ଭାରତର ପ୍ରତିନିଧିତ୍ୱ କରିବ ‘କୁଝାଙ୍ଗଲ’

ନୂଆଦିଲ୍ଲୀ,୨୩।୧୦: ୨୦୨୨ ଏକାଡେମୀ ପୁରସ୍କାରରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବା ପାଇଁ ତାମିଲ ଫିଲ୍ମ ‘କୁଝାଙ୍ଗଲ’କୁ ବଛାଯାଇଛି। ଏ ନେଇ ଫିଲ୍ମର ନିର୍ମାତା ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଓସ୍କାର ପାଇବାକୁ ହେଲେ ଏହି ଫିଲ୍ମକୁ ପ୍ରଥମେ ନୋମିନେଶନ ତାଲିକାରେ ସ୍ଥାନ ହାତେବାକୁ ପଡ଼ିବ।

ଚଳିତ ବର୍ଷ ରିଲିଜ ହୋଇଥିବା ବଛାବଛା ୧୪ଟି ଭାରତୀୟ ଫିଲ୍ମ ତାଲିକାରୁ ‘କୁଝାଙ୍ଗଲ’କୁ ବଛାଯାଇଛି। ଚୟନ ପ୍ରକ୍ରିୟା ବେଳେ ୧୫ ଜଣିଆ ଜୁରି ପ୍ରତ୍ୟେକ ଫିଲ୍ମର ସ୍କ୍ରିନିଂ କରିଥିଲା। ଏହି ତାଲିକାରେ ସ୍ଥାନ ପାଇଥିଲା ସର୍ଦ୍ଦାର ଉଧମ ଓ ଶେରନୀ ଭଳି ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ।

ଫିଲ୍ମଟି ସମ୍ପୂର୍ଣ୍ଣ ରୂପେ ଜଣେ ବାଳକ ଉପରେ ଆଧାରିତ। ତାଙ୍କ ବାପା ନିୟମିତ ନିଶା ସେବନ କରନ୍ତି। ଏହାସତ୍ତ୍ୱେ ସେ ମା’ଙ୍କୁ ସହାୟତା କରିବା ପାଇଁ କେଉଁ ଭଳି ନିଜ ଶିକ୍ଷା ଶେଷ କରୁଛନ୍ତି, ତାହା ଫିଲ୍ମରେ ଦର୍ଶାଇଛନ୍ତି ନିର୍ଦ୍ଦେଶକ ତଥା ଲେଖକ ପି ଏସ୍‌ ବିନୋଥରାଜ। ଏହି ଫିଲ୍ମକୁ ବିଭିନ୍ନ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଅନେକ ପୁରସ୍କାର ମିଳିସାରିଛି।

Share