
କୋରାପୁଟ,୨୯।୩(ଅମିତାଭ ବେହେରା): କୋରାପୁଟ ଓକିଲ ସଂଘର ନିର୍ବାଚନ ଶନିବାର ସକାଳ ୮ ଟାରୁ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ୬୦ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ ଅଧିକାରୀ ଅଶ୍ୱନୀ ପଟ୍ଟନାୟକ ପ୍ରକାଶ କରିଛନ୍ତି।
ସଂଘର ସଭାପତି ପଦବୀ ପାଇଁ ନିର୍ବାଚନ ଜାରି ରହିଛି। ଏହି ପଦବୀ ପାଇଁ ମନୋରଞ୍ଜନ ରାଉତରାୟ, ପ୍ରଭାତ ମହାପାତ୍ର ଏବଂ ଟି ପି ସାଇରାଜୁ ଆଦି ୩ ଜଣ ପାର୍ଥୀ ନିର୍ବାଚନ ମଇଦାନରେ ରହିଛନ୍ତି। ଏହି ମତଦାନ ଅପରାହ୍ନ ୩ ଘଣ୍ଟା ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଅପରାହ୍ନ ୪ଟାରୁ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି।