ବିଭିନ୍ନ ଦାବି ନେଇ କୋରାପୁଟ ବ୍ଲକ ଶିକ୍ଷକ ସଂଘର ଶୋଭାଯାତ୍ରା

କୋରାପୁଟ,୫ା୮(ଅମିତାଭ ବେହେରା): ଶନିବାର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନର ଡାକରା କ୍ରମେ କୋରାପୁଟ ବ୍ଲକ ଶିକ୍ଷକ ସଂଘର ଏକ ବିଶାଳ ଶୋଭାଯାତ୍ରା କୋରାପୁଟ ସାଂସ୍କୃତିକ ପରିଷଦଠାରୁ ବାହାରିଥିଲା। ୩ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୋରାପୁଟ ବ୍ଲକ ଶିକ୍ଷାଧିକାରୀ ଶ୍ରୀକାନ୍ତ ଜାନିଙ୍କୁ ପ୍ରଦାନ କରାଯାଇଛି। ଠିକା ନିଯୁକ୍ତି ଉଚ୍ଛେଦ ସହ ମୂଳ ଚାକିରିରେ ଗଣନା କରିବା,କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ ଏବଂ ନୂତନ ପେନ୍‌ସନ୍‌ ପ୍ରଥା ଉଚ୍ଛେଦ କରି ପୁରୁଣା ପେନ୍‌ସନ୍‌ ବ୍ୟବସ୍ଥା ପୁନଃ ପ୍ରଚଳନ ଆଦି ଦାବିକୁ ଆଜି ସାରା ରାଜ୍ୟର ପ୍ରତ୍ୟେକ ବ୍ଲକରେ ଶିକ୍ଷକ ସଂଘ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଚଳିତ ମାସ ୧୧ ତାରିଖ ଦିନ ଜିଲାସ୍ତରରେ ଶିକ୍ଷକମାନଙ୍କ ଦାବି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ବୋଲି ସଂଘର କାର୍ଯ୍ୟକର୍ତ୍ତା ସୂଚନା ଦେଇଛନ୍ତି। ଏହି ଦାବିଗୁଡ଼ିକୁ ଯଦି ପୂରଣ କରା ନ ଯାଏ ତେବେ ରାଜ୍ୟର ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଗଷ୍ଟ ୧୬ରୁ ସମୂହ ଛୁଟିରେ ଯିବେ ବୋଲି ସଂଘ ପ୍ରକାଶ କରିଛି। ଗୋପାଳ ମିଶ୍ର,ରାଜେନ୍ଦ୍ର ସାହୁ,ସୂର୍ଯ୍ୟ ବେହେରା, ଟି. ଅରୁଣା,ଲକ୍ଷ୍ମୀପ୍ରିୟା ଦାସ, ଧନେଶ୍ୱର କାଣ୍ଡି, ଜୟକୃଷ୍ଣ ଭଦ୍ର, ଗଜନି ଚନ୍ଦ୍ରଶେଖର, ତ୍ରିଲୋକେସ ପଣ୍ଡା, ଜଗଦୀଶ କୁମାର, ରମା ମହାନ୍ତି, ସୁବୋଧ ମାଝି ଏବଂ ପ୍ରଦୀପ ପାତ୍ର ଆଜିର କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ କୋରାପୁଟ ଜିଲା ଭାଜପା ନେତୃବୃନ୍ଦ

କୋରାପୁଟ,୨୦।୩(ଅମିତାଭ ବେହେରା): ଗୁରୁବାର କୋରାପୁଟ ଭାଜପା ତରଫରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ୧୬ ଦଫା ଅନୁରୋଧ ପତ୍ର ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ...

କୋରାପୁଟ ସୌନ୍ଦର୍ଯ୍ୟ ଦେଖି ବିମୁଗ୍ଧ ହେଲେ ପ୍ରିୟଙ୍କା ଚୋପ୍ରା: କହିଲେ ଏମିତି କଥା…

ଭୁବନେଶ୍ୱର,୨୦।୩: କୋରାପୁଟ ତଳମାଳିରେ ଚାଲିଥିବା ଫିଲ୍ମ SSMB 29 ର ଶୁଟିଂ ସାରି ପ୍ରିୟଙ୍କା ଚୋପ୍ରା ଆମେରିକା ଫେରିଯାଇଛନ୍ତି। ୧୫ ଦିନ ରହଣି ପରେ ଫେରିବା...

ପୂର୍ବାହ୍ନରେ ଜୀବିତ ଥିଲେ ବୃଦ୍ଧା, ଅପରାହ୍ନରେ ଚାଲିଗଲେ ଆରପାରିକୁ

ପଟ୍ଟାଙ୍ଗି,୨୦ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବସ୍‌ଷ୍ଟାଣ୍ଡ ଉପରେ ରହିଥିବା ରାଜସ୍ବ ନିରୀକ୍ଷକ(ଆର୍‌ଆଇ) କାର୍ଯ୍ୟାଳୟ ସମ୍ମୁଖରେ ଜଣେ ଅଜଣା ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସୂଚନା...

କୋରାପୁଟରେ ଫିଲ୍ମ ଶୁଟିଂ ପରେ ଫେରିଲେ ଏସ୍‌ଏସ୍‌ଏମ୍‌ବି-୨୯ ଟିମ୍‌

କୋରାପୁଟ,୧୯ା୩(ଅମିତାଭ ବେହେରା): ଦୀର୍ଘ ୧୫ଦିନ ରହଣି ପରେ କୋରାପୁଟରୁ ଫେରିଗଲେ ସାଉଥ ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲି। ଅଭିନେତା ମହେଶ ବାବୁ ଓ ବଲିଉଡ୍‌ର ଦେଶୀ...

ଘଡ଼ଘଡ଼ି ସହ ଛେଚିଲା ବର୍ଷା: ତାତିରୁ ମିଳିଲା ତ୍ରାହି

କୋରାପୁଟ,୧୯ା୩(ଅମିତାଭ ବେହେରା): ତାତିରୁ ମିଳିଛି ସାମାନ୍ୟ ଆଶ୍ୱସ୍ତି। ବୁଧବାର ଅପରାହ୍ନରେ କୋରାପୁଟ ଜିଲାର ସଦରମହକୁମା ସହ ସୁନାବେଡ଼ା, ସେମିଳିଗୁଡ଼ା,  ଦାମନଯୋଡ଼ି ବିଭିନ୍ନ ଅଞ୍ଚଳରେ ଘଡ଼ଘଡ଼ି ସହ...

କୋରାପୁଟର ନୀଳାବାଡିରେ ଚାଲିଛି ମା ଅଗ୍ନୀଗଙ୍ଗାଙ୍କ ବଡଯାତ୍ରା, ଶେଷ ଦିନରେ ଭୋଗ ହେବ ମାଗୁର ମାଛ

କୋରାପୁଟ,୧୮।୩( ଅମିତାଭ ବେହେରା) କୋରାପୁଟ ଜିଲାର ବନ୍ଦୁଗାଁ ବ୍ଲକର ନିଳାବାଡି ପଞ୍ଚାୟତରେ ବର୍ତମାନ ମା’ ଅଗ୍ନୀଗଙ୍ଗା ମାଙ୍କ ଚାଲିଛି ବଡ ଯାତ୍ରା। ଏଥିପାଇଁ ଏହି ଅଞ୍ଚଳ...

ଦିନରେ ଶୁଟିଂ ରାତିରେ ଖେଳ: ଭଲିବଲ ଖେଳିଲେ ନିର୍ଦ୍ଦେଶକ ରାଜମୌଲି

କୋରାପୁଟ,୧୮।୩(ଅମିତାଭ ବେହେରା ): କୋରାପୁଟ ଜିଲାର ସେମିଳିଗୁଡା ବ୍ଲକ ଅନ୍ତର୍ଗତ ତଳମାଳି ପର୍ବତରେ ତେଲୁଗୁ ସୁପରଷ୍ଟାର ମାହେଶ ବାବୁଙ୍କ ଫିଲ୍ମ ଶୁଟିଂ ଚାଲୁରହିଛି। ପାନ ଇଣ୍ଡିଆ...

କଳାବ୍ୟାଜ ପିନ୍ଧି କାର୍ଯ୍ୟ କରୁଛନ୍ତି ଆଉଟସୋର୍ସିଂ କର୍ମଚାରୀ

ପଟ୍ଟାଙ୍ଗି,୧୭।୩(ଶରତ କୁମାର ଧଳ): କୋରାପୁଟ ଜିଲାରେ ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀ ନିଜର ତିନି ଦଫା ଦାବି ଉଠାଇ କଳାବ୍ୟାଜ ପିନ୍ଧି ନିଜର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image