Advertisement
Categories: କୋରାପୁଟ

ବିଭିନ୍ନ ଦାବି ନେଇ କୋରାପୁଟ ବ୍ଲକ ଶିକ୍ଷକ ସଂଘର ଶୋଭାଯାତ୍ରା

କୋରାପୁଟ,୫ା୮(ଅମିତାଭ ବେହେରା): ଶନିବାର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନର ଡାକରା କ୍ରମେ କୋରାପୁଟ ବ୍ଲକ ଶିକ୍ଷକ ସଂଘର ଏକ ବିଶାଳ ଶୋଭାଯାତ୍ରା କୋରାପୁଟ ସାଂସ୍କୃତିକ ପରିଷଦଠାରୁ ବାହାରିଥିଲା। ୩ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୋରାପୁଟ ବ୍ଲକ ଶିକ୍ଷାଧିକାରୀ ଶ୍ରୀକାନ୍ତ ଜାନିଙ୍କୁ ପ୍ରଦାନ କରାଯାଇଛି। ଠିକା ନିଯୁକ୍ତି ଉଚ୍ଛେଦ ସହ ମୂଳ ଚାକିରିରେ ଗଣନା କରିବା,କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ ଏବଂ ନୂତନ ପେନ୍‌ସନ୍‌ ପ୍ରଥା ଉଚ୍ଛେଦ କରି ପୁରୁଣା ପେନ୍‌ସନ୍‌ ବ୍ୟବସ୍ଥା ପୁନଃ ପ୍ରଚଳନ ଆଦି ଦାବିକୁ ଆଜି ସାରା ରାଜ୍ୟର ପ୍ରତ୍ୟେକ ବ୍ଲକରେ ଶିକ୍ଷକ ସଂଘ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଚଳିତ ମାସ ୧୧ ତାରିଖ ଦିନ ଜିଲାସ୍ତରରେ ଶିକ୍ଷକମାନଙ୍କ ଦାବି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ବୋଲି ସଂଘର କାର୍ଯ୍ୟକର୍ତ୍ତା ସୂଚନା ଦେଇଛନ୍ତି। ଏହି ଦାବିଗୁଡ଼ିକୁ ଯଦି ପୂରଣ କରା ନ ଯାଏ ତେବେ ରାଜ୍ୟର ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଗଷ୍ଟ ୧୬ରୁ ସମୂହ ଛୁଟିରେ ଯିବେ ବୋଲି ସଂଘ ପ୍ରକାଶ କରିଛି। ଗୋପାଳ ମିଶ୍ର,ରାଜେନ୍ଦ୍ର ସାହୁ,ସୂର୍ଯ୍ୟ ବେହେରା, ଟି. ଅରୁଣା,ଲକ୍ଷ୍ମୀପ୍ରିୟା ଦାସ, ଧନେଶ୍ୱର କାଣ୍ଡି, ଜୟକୃଷ୍ଣ ଭଦ୍ର, ଗଜନି ଚନ୍ଦ୍ରଶେଖର, ତ୍ରିଲୋକେସ ପଣ୍ଡା, ଜଗଦୀଶ କୁମାର, ରମା ମହାନ୍ତି, ସୁବୋଧ ମାଝି ଏବଂ ପ୍ରଦୀପ ପାତ୍ର ଆଜିର କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel