ଅନିଶ୍ଚିତତାରେ କୋରାପୁଟ ସହର ବାଇପାସ୍‌ ରାସ୍ତା

କୋରାପୁଟ,୨୯ା୧(ଅମିତାଭ ବେହେରା): କୋରାପୁଟ ସହରର ବାଇପାସ ରାସ୍ତା ନିର୍ମାଣ ନେଇ ଦୀର୍ଘ ୧୫ ବର୍ଷ ହେଲା ଜାତୀୟ ରାଜପଥ ବିଭାଗ ଓ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ମାତ୍ର ଏଯାଏ ବାଇପାସ ନିର୍ମାଣ ଆରମ୍ଭ ହୋଇପାରୁନି। କେବେ ଜାଗା ଚିହ୍ନଟ, ଜମି ଅଧିଗ୍ରହଣ ପାଇଁ ଏହି ବାଇପାସ ପ୍ରକଳ୍ପ ବିଳମ୍ବ ହୋଇଥିବାବେଳେ ବର୍ତ୍ତମାନ ଜମିଗୁଡିକର ମୂଲ୍ୟ ନିର୍ଦ୍ଧାରଣ ହୋଇପାରୁ ନ ଥିବାରୁ ଏହି ପ୍ରକଳ୍ପ ପାଇଁ ଅନିଶ୍ଚିତତା ଦେଖାଦେଇଛି।
ଖବରରୁ ଜଣାପଡିଛି, ୧୫ ବର୍ଷ ତଳେ କୋରାପୁଟ ସହର ବାହାରେ ଏହି ଜାତୀୟ ରାଜପଥ ବାଇପାସ ନିର୍ମାଣ ପାଇଁ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହୋଇଥିଲା। କୋରାପୁଟ-ଜୟପୁର ରାସ୍ତାର କଫିବୋର୍ଡ ନିକଟରୁ ଏହି ବାଇପାସ ରାସ୍ତା ବାହାରି ପୂଜାରୀପୁଟ ଷ୍ଟାଡିୟମ ଦେଇ ମହିଳା କଲେଜ ଛକ ନିକଟରେ ଜାତୀୟ ରାଜପଥକୁ ସଂଯୋଗ କରିବାର ଥିଲା। ଏହି ଲକ୍ଷ୍ୟକୁ ଆଧାର କରି ପ୍ରଶାସନ ୨୦୧୬ରେ ଏହାର ସର୍ଭେ କାମ ସାରି ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଇଥିଲା। ୭ କି.ମି. ଲମ୍ବ ବିଶିଷ୍ଟ ଏହି ବାଇପାସ ପାଇଁ ପ୍ରାୟ ୨୮ ଏକର ଜମି ଆବଶ୍ୟକ ଥିବାବେଳେ ଏଥିପାଇଁ ୪୮ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ତତ୍କାଳୀନ କୋରାପୁଟ ଜିଲାପାଳ ଭି.ଜୟ କୁମାରଙ୍କ ଉଦ୍ୟମରେ ଏହି କାର୍ଯ୍ୟ ତ୍ୱରାନ୍ବିତ ହୋଇଥିଲା। ସେ କେବେ ଜମି ଅଧିଗ୍ରହଣ ହେବ, କେତେ ସରକାରୀ ଜମି ଅଛି, କେତେ ଗଛ କଟୁଛି ସବୁ ସର୍ଭେ କାମ ସାରି ଜମି ଅଧିଗ୍ରହଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ସେହିପରି ୨୦୧୬ ମେ ୧୪ରେ ବାଇପାସ ନିର୍ମାଣରେ ୨୩ଟି ସରକାରୀ ପ୍ଲଟ ଓ ୫୫ଟି ବେସରକାରୀ ପ୍ଲଟର ଜମି ଯାଉଥିବା ସମ୍ପର୍କିତ ଏକ ବିଜ୍ଞପ୍ତି ଜାତୀୟ ରାଜପଥ ଅଥରିଟିଙ୍କ ପକ୍ଷରୁ ପ୍ରକାଶ ପାଇଥିଲା। ତେବେ ରେଳ ବିଭାଗର କିଛି ଜାଗା ଅଧିଗ୍ରହଣ ହୋଇ ନ ପାରିବାରୁ ରାସ୍ତା ନିର୍ମାଣ ଆରମ୍ଭ ହୋଇ ନ ଥିଲା। ଏହି ସମସ୍ୟା ନେଇ ବାରମ୍ବାର ରେଳ ବିଭାଗ ଓ ଜିଲା ପ୍ରଶାସନ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ ସେସବୁ ସଫଳ ହୋଇ ନ ଥିଲା। ଇତି ମଧ୍ୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କୋରାପୁଟ ଗସ୍ତରେ ଆସିଥିବାବେଳେ ସହରର ବାଇପାସ ନିର୍ମାଣ ପାଇଁ ଆବଶ୍ୟକ ଜମି ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ସେ ରେଳ ବିଭାଗ ଅଧିକାରୀଙ୍କୁ ଜମି ହସ୍ତାନ୍ତର ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜାତୀୟ ରାଜପଥ ବିଭାଗର ସୁନାବେଡା ଡିଭିଜନ ପକ୍ଷରୁ ଏକ ଜନପରାମର୍ଶ ବୈଠକ ମଧ୍ୟ ହୋଇଥିଲା। ଏଥିରେ ଥିବା ୩ଟି ଡିଜାଇନ ମଧ୍ୟରୁ ଗୋଟିଏ ଡିଜାଇନକୁ ଅନୁମୋଦନ କରାଯାଇଥିଲା। ଏହି ନୂଆ ପ୍ରକଳ୍ପରେ ବାଇପାସ ରାସ୍ତାର ଲମ୍ବ ୩.୮ କି.ମି. ରହିଥିବାବେଳେ ଏଥିପାଇଁ ବ୍ୟୟ ଅଟକଳ ୭୫ କୋଟି ଆକଳନ କରାଯାଇଛି। କୋରାପୁଟ ସହର ଉପକଣ୍ଠସ୍ଥ ମାଛରା ନିକଟରୁ ଏହି ବାଇପାସ ରାସ୍ତା ଆରମ୍ଭ ହୋଇ ରେଳଷ୍ଟେସନ ଛକ ତଥା ମହିଳା ମହାବିଦ୍ୟାଳୟ ପର୍ଯ୍ୟନ୍ତ ରହିବ ବୋଲି ସ୍ଥିର ହୋଇଥିଲା। ଏଥିପାଇଁ କୁମ୍ଭା, କହ୍ନେଇପୁଟ ଓ କୋରାପୁଟର କିଛି ଜମି ଅଧିଗ୍ରହଣ କରାଯିବ। ଏହି ଜମିଗୁଡିକ ମୂଲ୍ୟ ନିର୍ଦ୍ଧାରଣ କରି କୋରାପୁଟ ତହସିଲ ପକ୍ଷରୁ ଜାତୀୟ ରାଜପଥ ବିଭାଗକୁ ଅବଗତ କରାଯାଇଥିଲା। ହେଲେ ଏହି ଜମିମୂଲ୍ୟକୁ ନେଇ ଜାତୀୟ ରାଜପଥ ବିଭାଗ ସମ୍ମତି ପ୍ରକାଶ ନ କରି ନୀରବ ରହିଛି। ଏପରି କ୍ଷେତ୍ରରେ ରାଜ୍ୟ ସରକାର ଓ ଜନ ପ୍ରତିନିଧିମାନେ ତପତ୍ରତା ପ୍ରକାଶ କରୁ ନ ଥିବାରୁ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେଉଛି।
ଅନ୍ୟପକ୍ଷରେ ଏନେଇ କୋରାପୁଟ ଜିଲାପାଳ ଅବଦଲ ଏମ. ଅଖତରଙ୍କୁ ପଚାରିବାରୁ ସେ କହିଲେ, ଏହି ବାଇପାସ ରାସ୍ତା ନିର୍ମାଣ ପାଇଁ ଆବଶ୍ୟକ ଥିବା ଜମି ଅଧିଗ୍ରହଣ କରାଯିବ। ରେଳବିଭାଗ ଜାଗା ହସ୍ତାନ୍ତର କରିସାରିଥିବା ବେଳେ ଏବେ ଘରୋଇ ଜାଗାର ଆବଶ୍ୟକତା ରହିଛି। ସରକାରଙ୍କ ରାଜସ୍ବ ବିଭାଗର ତଥ୍ୟ ଅନୁସାରେ କେନ୍ଦ୍ର ଜାତୀୟ ରାଜପଥ ବିଭାଗକୁ ତଥ୍ୟ ପ୍ରଦାନ କରାଯାଇଛି। ହେଲେ ଜମି ମୂଲ୍ୟକୁ ନେଇ ଜାତୀୟ ରାଜପଥ ବିଭାଗ ସହମତ ହୋଇପାରୁନାହିଁ। ଫଳରେ ବାଇପାସ ରାସ୍ତା ନିର୍ମାଣ ଆରମ୍ଭ ହୋଇପାରୁନାହିଁ। ତେବେ ଜମି ମୂଲ୍ୟକୁ ନେଇ ଅସନ୍ତୁଷ୍ଟ ଥିବା ଜାତୀୟ ରାଜପଥ ବିଭାଗକୁ ପୁଣି ଏସମ୍ପର୍କରେ ଏକ ରିପୋର୍ଟ ପ୍ରଦାନ କରାଯାଇଛି। ବିଭାଗରୁ ସମ୍ମତି ଆସିଲେ ବାଇପାସ ରାସ୍ତା ନିର୍ମାଣ ଆରମ୍ଭ ହେବ ବୋଲି ଜିଲାପାଳ ଅଖତର ପ୍ରକାଶ କରିଛନ୍ତି। ବାଇପାସ ରାସ୍ତାନେଇ କୋରାପୁଟ ଏମ୍‌ପି ସପ୍ତଗିରି ଉଲ୍ଲାକାଙ୍କୁ ପଚାରିବାରୁ ସେ କହିଲେ, ଏହି ବାଇପାସ ରାସ୍ତା ତୁରନ୍ତ କାର୍ଯ୍ୟକାରୀ ପାଇଁ ଅନେକ ସମୟରେ ସଂସଦ ଅଧିବେଶନରେ ଦାବି ଉଠାଇଛି। ଆଗାମୀ ଦିନରେ ହେବାକୁ ଥିବା ଅଧିବେଶନରେ ମଧ୍ୟ ସେ ଏହି ପ୍ରସଙ୍ଗ ଉଠାଇ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି। ସେହିପରି ଜିଲା ଆଦିବାସୀ ମହାସଂଘ ଉପଦେଷ୍ଟା ମଦନ କିର୍ସାନୀଙ୍କୁ ପଚାରିବାରୁ ଉକ୍ତ ବାଇପାସ ରାସ୍ତା ନିର୍ମାଣ ଜରୁରୀ ବୋଲି ସେ କହିଥିଲେ।
ଏ ସମ୍ପର୍କରେ ଜାତୀୟ ରାଜପଥ ବିଭାଗ କନିଷ୍ଠଯନ୍ତ୍ରୀ ସୁମିତ୍‌ ରଞ୍ଜନ ରାୟଜଗଦ୍ଦେବଙ୍କୁ ପଚାରିବାରୁ ସେ କହିଲେ, ଏହି ପ୍ରକଳ୍ପ ପାଇଁ ଏବେ ଜମିମୂଲ୍ୟ ବହୁତ ଅଧିକ ହୋଇଯାଇଛି; ଯାହା ଧାର୍ଯ୍ୟ ବ୍ୟୟ ଅଟ୍ଟକଳକୁ ଟପିଯିବ। ଅର୍ଥ ପାଇବ ନାହିଁ। ତେଣୁ ଆମେ ଏ ସମ୍ପର୍କରେ ସରକାରଙ୍କୁ ଅବଗତ କରିଛୁ। ଅଧିକ ଅର୍ଥ ଆସିଲେ ପୁଣି ଥରେ ବ୍ୟୟ ଅଟ୍ଟକଳ କରାଯାଇ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ହବିଷ୍ୟାଳିଙ୍କ ମୃତ୍ୟୁ: ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକେ

ପୁରୀ ୨୬ା୧୦(ଅଜିତ୍‌ କୁମାର ମହାନ୍ତି): ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳିଙ୍କ ପାଇଁ ପୁରୀରେ ହବିଷ୍ୟାଳି କେନ୍ଦ୍ର କରାଯାଇଛି। ୪ଟି କେନ୍ଦ୍ରରେ ହବିଷ୍ୟାଳିମାନଙ୍କ ରହିବା ନିମନ୍ତେ ପ୍ରଶାସନ...

ମଣ୍ଡି ବୁଲି ସ୍ଥିତି ଦେଖିଲେ ଜିଲାପାଳ

ଅତାବିରା,୨୬ା୧୦(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ଧାନ ଅମଳ ଆରମ୍ଭ ହୋଇଛି। ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ ବୈଠକ ପରେ ଜିଲାରେ ମଣ୍ଡିଗୁଡ଼ିକରେ ଧାନ ସଂଗ୍ରହ କରାଯିବ।...

ସ୍କ୍ରବ୍‌ ଟାଇଫସ୍‌ରେ ଚାଷୀଙ୍କ ମୃତ୍ୟୁ ଅଭିଯୋଗ

ବରଗଡ଼୨୬।୧୦(ପ୍ରେମାନନ୍ଦ ଖମାରୀ): ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇ ଶନିବାର ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ, ବରଗଡ଼ ଜିଲା ପାଇକମାଲ...

ବୁଲେଟରେ ଆସି ଯୁବକଙ୍କ ଉପରକୁ ବୋମା ଫିଙ୍ଗିଲେ ଦୁର୍ବୃତ୍ତ, ଆଉ ତା’ପରେ…

ଦିଗପହଣ୍ଡି,୨୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟରାସ୍ତାରେ ଥିବା ଏକ ଘରୋଇ ଫାଇନାନ୍ସ କମ୍ପାନୀ ଶାଖା କାର୍ଯ୍ୟାଳୟ ଏବଂ ଜିମ୍‌ ନିକଟରେ ଶନିବାର ସନ୍ଧ୍ୟା...

ଜମି କିଣାବିକାରେ ବଡ଼ ଧରଣର ଜାଲିଆତି: ଧରାପଡ଼ିଲେ ୩ ଅଭିଯୁକ୍ତ, ଏବେ ବି ଅନେକ ଫେରାର

ବରଗଡ଼,୨୬।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଜମି କିଣାବିକାରେ ଜାଲିଆତି କାରବାର ଚର୍ଚ୍ଚାର ବିଷୟ ହୋଇଛି। ବରଗଡ଼ ଜିଲା ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ (ଡିଷ୍ଟ୍ରିକ୍ଟ ସବ୍‌ରେଜିଷ୍ଟ୍ରାର ଅଫିସ୍‌)ରେ...

ମାନବୀୟ ମୂଲ ଉପରେ ତର୍କ ଉପସ୍ଥାପନ କରି ଜିଲା ପାଇଁ ଗୌରବ ଆଣିଲେ ଅଧ୍ୟାପକ ପ୍ରତାପ ଚନ୍ଦ୍ର

ଭବାନୀପାଟଣା,୨୬ା୧୦(ଉତ୍ତମ କୁମାର ଦାଶ): ଭବାନୀପାଟଣା ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ତଥା ଜାତୀୟ ସେବା ଯୋଜନା ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ...

ବଲାଙ୍ଗୀର ଡବଲ ମର୍ଡର ଘଟଣା: ମିଳିଲା ଯୁବତୀ-ଯୁବକଙ୍କ ପରିଚୟ

ବଲାଙ୍ଗୀର,୨୬ା୧୦(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତଣ୍ଡାମୁଣ୍ଡା ଜଙ୍ଗଲର ଡବଲ ମର୍ଡର ଘଟଣାରେ ଶନିବାର ମୃତ ଯୁବତୀ ଯୁବକଙ୍କ ପରିଚୟ ମିଳିଛି। ଉଭୟ ଝାଡ଼ଖଣ୍ଡ ରାଜ୍ୟ...

ବ୍ରିଜ ଉପରେ ସ୍କୁଟିରଖି ନଦୀକୁ ଯୁବକ ଡେଇଁବା ଘଟଣା: ହାଇଦ୍ରାବାଦରେ ଥାଇ ବାପାଙ୍କ ସହ ହେଲେ କଥା

ଗଞ୍ଜାମ,୨୬।୧୦(ବିଦ୍ୟାଧର ସାହୁ ): ଗତ ୨୩ ତାରିଖରେ ଜଣେ ଯୁବକ ନିଜ ସ୍କୁଟି ଓ ଚପଲ ବ୍ରିଜ ଉପରେ ରଖି ନଦୀକୁ ଡେଇଁ ପଡ଼ିଥିବା ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri