କୋରାପୁଟ ନିର୍ବାଚନମଣ୍ଡଳୀ: ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ଦଳୀୟ କର୍ମୀଙ୍କ ବିରୋଧ

ସୁନାବେଡ଼ା,ସେମିଳିଗୁଡ଼ା,୪ା୪(କୃତ୍ତିବାସ ପ୍ରଧାନ/ ବାସୁଦେବ ବରାଡ଼): କୋରାପୁଟ ବ୍ଲକ, ସୁନାବେଡ଼ା ପୌରାଞ୍ଚଳ, ଲମତାପୁଟ ଓ ବୈପାରିଗୁଡ଼ା ବ୍ଲକ ଅଞ୍ଚଳକୁ ନେଇ ଗଠିତ ହୋଇଛି ୧୪୪ ନଂ. କୋରାପୁଟ ନିର୍ବାଚନମଣ୍ଡଳୀ। ନିର୍ବାଚନ ପାଇଁ ନିକଟରେ ବିଜେଡି ପ୍ରାର୍ଥୀ ରୂପେ ରଘୁରାମ ପଡାଲଙ୍କ ନାମ ଘୋଷଣା ହୋଇଛି। ଏହି ଘୋଷଣା ପରେ ପଡାଲଙ୍କ ପ୍ରାର୍ଥତ୍ତ୍ୱକୁ ନେଇ ଶତାଧିକ କର୍ମୀ ବିରୋଧ କରିଛନ୍ତି।

ବୁଧବାର ଏହି ନିର୍ବାଚନମଣ୍ଡଳୀର ଲମତାପୁଟଠାରେ ଶତାଧିକ କର୍ମୀ ଏକାଠି ହୋଇ ହାତରେ ବ୍ୟାନର୍‌ ଧରି ବିଭିନ୍ନ ନାରା ଦେଇ ରାଜରାସ୍ତାକୁ ଓହ୍ଲାଇଥିଲେ। ସେମାନଙ୍କ କୋରାପୁଟ ନିର୍ବାଚନମଣ୍ଡଳୀରେ ଯୁବ ତଥା ନୂଆ ଚେହେରା ଆବଶ୍ୟକ ରହିଛି ବୋଲି ସେମାନେ ପ୍ରକାଶ କରିଛନ୍ତି। ରଘୁରାମଙ୍କ ଉପରେ ଏଠାକାର ଭୋଟରଙ୍କ ଆଉ ଭରସା ନାହିଁ। ସେ ବିଗତ ଦିନରେ ନିର୍ବାଚନମଣ୍ଡଳୀରେ ଆଖିଦୃଶିଆ ସେପରି କୌଣସି କାମ କରି ନ ଥିବା ମଙ୍ଗରାଜ ଗୁଣ୍ଠାଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଅଭିଯୋଗ କରିଛନ୍ତି। ଯଦି ଦଳ ପକ୍ଷରୁ ରଘୁରାମ ପଡାଲଙ୍କ ପ୍ରାର୍ଥତ୍ତ୍ୱକୁ ଅପସାରଣ କରା ନ ଯାଏ ତେବେ ସମସ୍ତ କର୍ମୀ ଭୋଟ୍‌ ବର୍ଜନ କରିବୁ,ନଚେତ୍‌ ଯେଉଁ ଦଳର ପ୍ରାର୍ଥୀ ଆମ ଅଞ୍ଚଳର ବିକାଶ କରିବ ତାଙ୍କୁ ଭୋଟ୍‌ ଦେବୁ ବୋଲି କହିଛନ୍ତି। ଏ ସମ୍ପର୍କରେ ବିଧାୟକ ପ୍ରାର୍ଥୀ ରଘୁରାମ ପଡାଲଙ୍କୁ ପଚାରିବାରୁ ସେ କହିଲେ, ଗତ ପାଞ୍ଚ ବର୍ଷରେ ନିର୍ବାଚନମଣ୍ଡଳୀରେ ଯଥେଷ୍ଟ ଉନ୍ନତି ହୋଇଛି। ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ନିଜ ସ୍ବାର୍ଥ ପାଇଁ ଏପରି କରିଥାଇପାରନ୍ତି। ଦଳର ନିଷ୍ପତ୍ତି ବିରୋଧରେ ଯାଉଥିବା କର୍ମୀ ଆଦୌ ଶୃଙ୍ଖଳିତ କର୍ମୀ ନୁହନ୍ତି ବୋଲି ପଡାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri