ବଦଳିଲେ କୋରାପୁଟ ଜିଲାପାଳ

ଭୁବନେଶ୍ୱର/ପଟ୍ଟାଙ୍ଗୀ,୫।୨(ବ୍ୟୁରୋ/ ଡି.ଏନ୍‌.ଏ.): କୋରାପୁଟ ଜିଲାପାଳ ମଧୁସୂଦନ ମିଶ୍ରଙ୍କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ନୂତନ ଜିଲାପାଳ ଭାବେ ଅବଦାଲ ଅକ୍‌ତରଙ୍କୁ ନିଯୁକ୍ତି ଦିଆଯାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଅକ୍‌ତର କଟକ ଜିଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି। ସେହିପରି ମଧୁସୂଦନଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। କୋରାପୁଟ ଜିଲାର କୋଟିଆ ଅଞ୍ଚଳକୁ ନେଇ ଓଡ଼ିଶା ଏବଂ ଆନ୍ଧ୍ର ମଧ୍ୟରେ ବିବାଦ ଦେଖାଦେଇଛି। କୋଟିଆ ପଞ୍ଚାୟତର ୩ଟି ଗ୍ରାମକୁ ଆନ୍ଧ୍ର ସରକାର ନେବାଲାଗି ଷଡଯନ୍ତ୍ର କରି ସେଠାରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଛି। କୋଟିଆ ପଞ୍ଚାୟତ ଏବେ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ରହିଛି।

Share