Advertisement
Categories: କୋରାପୁଟ

କୋରାପୁଟ ଜିଲାରେ ୪୭୫.୨ ମିମି ବର୍ଷା

କୋରାପୁଟ,୪ା୭(ସ୍ବ.ପ୍ର.): କୋରାପୁଟ ଜିଲାରେ ଲଘୁଚାପଜନିତ ଝିପି ଝିପି ବର୍ଷା ଜାରି ରହିଛି। ରବିବାର ଜିଲାରେ ୪୭୫.୨ ମିମି ବର୍ଷା ହୋଇଛି। ଜିଲାରେ ବୈପାରିଗୁଡା ବ୍ଲକରେ ସର୍ବାଧିକ ୯୩ ମିଲିମିଟର ବର୍ଷା ହୋଇଥିବା ବେଳେ ସେମିଳିଗୁଡାରେ ସର୍ବନିମ୍ନ ୨ମିମି ବର୍ଷା ହୋଇଥିବା ଜିଲା ଜରୁରୀ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ ସୂଚନା ଦେଇଛନ୍ତି। ଲମତାପୁଟ ବ୍ଲକରେ ୭୪.୨ ମିମି ବର୍ଷା, ଜୟପୁର ବ୍ଲକରେ ୬୩.୬ ମିମି, କୁନ୍ଦୁରା ବ୍ଲକରେ ୫୮.୪ ମିମି, କୋରାପୁଟ ବ୍ଲକରେ ୧୬.୮ମିମି, କୋଟପାଡ ବ୍ଲକରେ ୫୫ ମିମି , ଲକ୍ଷ୍ମୀପୁର ବ୍ଲକରେ ୩୫.୪ ମିମି , ସେମିଳିଗୁଡା ବ୍ଲକରେ ୨ମିମି, ବୋରିଗୁମ୍ମା ବ୍ଲକରେ ୬.୪ ମିମି, ବନ୍ଧୁଗାଁ ବ୍ଲକରେ ୨୨ ମିମି , ନାରାୟଣପାଟଣା ବ୍ଲକରେ ୨୩.୪ ମିମି, ନନ୍ଦପୁର ବ୍ଲକରେ ୧୫ ମିମି ଓ ଦଶମନ୍ତପୁର ବ୍ଲକରେ ୧୦ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଜିଲାର ପଟ୍ଟାଙ୍ଗୀ ବ୍ଲକରେ ଆଦୌ ବର୍ଷା ହୋଇନାହିଁ। ବର୍ଷା ଯୋଗୁ ଜିଲାର ତେଲେଙ୍ଗିର ଜଳଭଣ୍ଡାରରେ ଜଳସ୍ତର ୬୨୩.୧୦ ମିଟରକୁ ବୃଦ୍ଧି ପାଇଥିବାବେଳେ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ୬୩୦.୦୬ ମିଟର ହୋଇଛି। ଅପର କୋଲାବ ଜଳଭଣ୍ଡାରର ଜଳସ୍ତର ୮୪୫.୫୭ ମିଟରକୁ ବୃଦ୍ଧି ପାଇଥିବା ତ୍ରିପାଠୀ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel