କୋରାପୁଟ,୨୩ା୫(ସ୍ବ.ପ୍ର.): ଏନ୍ଆଇଏଫ୍ଟି (ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫେଶନ ଟେକ୍ନୋଲୋଜି) ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୬୨ତମ ର଼୍ୟାଙ୍କ ପାଇଛନ୍ତି କୋରାପୁଟ ଝିଅ ଅନ୍ବେଷା ଅର୍ପିତା ପାତ୍ର। ଏନେଇ ଅନ୍ବେଶାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିଛି। ଅନ୍ବେଷା ଏହି ସଫଳତାର ଶ୍ରେୟ ବାପା ଅଞ୍ଜନ କୁମାର ପାତ୍ର ଓ ମା’ ରଶ୍ମିତା ବେହେରାଙ୍କୁ ଦେଇଛନ୍ତି। କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟରୁ ଯୁକ୍ତ ୨ ଶେଷ କରିବା ପରେ ଅନ୍ବେଷା ଭୁବନେଶ୍ୱରସ୍ଥିତ ଏକାଡେମୀ ଅଫ୍ ଫ୍ୟାଶନ ଆଣ୍ଡ ଆର୍ଟ (ଏଏଫଏ)ରେ କୋଚିଂ ନେଉଥିଲେ। ଡ୍ରଇଂ, ପେଣ୍ଟିଂ, ଆକ୍ଟିଂ, ମେକ୍ଅପ ଆଦିରେ ରୁଚି ରଖିଥିବା ଅନ୍ବେଷା ଭବିଷ୍ୟତରେ ଫ୍ୟାଶନ ଉପରେ ଅଧିକ ପଢିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି।