କୋରାପୁଟ ଏମ୍‌ପି କରୋନା ପଜିଟିଭ

ଭୁବନେଶ୍ବର,୧୪।୧(ବ୍ୟୁରୋ): କୋରାପୁଟ ଏମ୍‌ପି ସପ୍ତଗିରି ଉଲ୍ଲାକା କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ଏମ୍‌ପି ଉଲ୍ଲାକା ଶୁକ୍ରବାର ଟୁଇଟ କରି ଏହି ସୂଚନା ଦେଇ କହିଛନ୍ତି।

ଏମ୍‌ପି ଉଲ୍ଲାକାଙ୍କ ସାମାନ୍ୟ ଲକ୍ଷଣ ଦେଖା ଦେବା ସହ ଅସୁସ୍ଥ ଅନୁଭବ କରିଥିଲେ। ଏନେଇ ସେ କରୋନା ପରୀକ୍ଷା କରାଇଥିଲେ। ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ସେ ବର୍ତ୍ତମାନ ହୋମ ଆଇସୋଲେଶନରେ ଅଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ପରୀକ୍ଷା କରାଇନେବାକୁ ସେ ଅନୁରୋଧ କରିଛନ୍ତି।

Share