Advertisement

୫ଟି ସଚିବ ଭି କେ ପାଣ୍ଡିଆନଙ୍କ ସମସ୍ତ ଜିଲା ଗ୍ରସ୍ତକୁ ନେଇ କୋରାପୁଟ ଏମ୍‌ପିଙ୍କ ପ୍ରତିକ୍ରିୟା

କୋରାପୁଟ,୨୭।୬(ଅମିତାଭ ବେହେରା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ସଚିବ ଭି କେ ପାଣ୍ଡିଆନ ସମସ୍ତ ଜିଲା ଗସ୍ତ କରି ମୁଖ୍ୟମନ୍ତ୍ରୀଙ୍କ ଭଳି କାର୍ଯ୍ୟ କରୁଛନ୍ତି। ପୂର୍ବରୁ ଭାଜପା ଏ ନେଇ ସ୍ବର ଉତ୍ତୋଳନ କରିଥିଲା। ପରେ ମଙ୍ଗଳବାର କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା କହିଛନ୍ତି ଏଇଟା ବଡ ଦୁର୍ଭାଗ୍ୟ ଘଟଣା, ରାଜନୀତି କରିବାର ଅଛି ଚାକିକିଛ ଛାଡି ରାଜନୀତିକୁ ଆସନ୍ତୁ। ଆଗରୁ ମୁଖ୍ୟମନ୍ତ୍ରୀ ହାତ ହଲାଉଥିଲେ ତାଙ୍କ ଚେହେରା ଦେଖାଉଥିଲେ। ଏବେ ମୁଖ୍ୟମନ୍ତ୍ରୀଙ୍କ ଅଡିଓ ଶୁଣାଇ ଭୋଟ ମାଗିବା ପାଇଁ ଚେଷ୍ଟା କରୁଛନ୍ତି। ଯଦି ମୁଖ୍ୟମନ୍ତ୍ରୀ ପଠାଇବା ପାଇଁ ଚାହୁଁଛନ୍ତି ତେବେ ତାଙ୍କ ମନ୍ତ୍ରୀଙ୍କୁ ପଠାନ୍ତୁ। ମନ୍ତ୍ରୀମାନେ ନ ଯାଇ ମୁଖ୍ୟମନ୍ତ୍ରୀଙ୍କ ସଚିବ ଅଡ଼ିଓ ଶୁଣାଇବାକୁ ଏମ୍‌ପି ନିନ୍ଦା କରିଛନ୍ତ। ମୁଖ୍ୟମନ୍ତ୍ରୀ ଖବରଦାତା ସମ୍ବିଳନୀ କରି ରାଜ୍ୟରେ କଣ ଚାଲିଛି ସ୍ପଷ୍ଟୀକରଣ କରାନ୍ତୁ। ତାଙ୍କ ଦେହ ଠିକ୍‌ ଅଛିନା ନାହିଁ। ମୁଖ୍ୟମନ୍ତ୍ରୀ ସର୍ବସାଧାରଣରେ ନିଜର ମତ ଉପସ୍ଥାପନା କରାନ୍ତୁ ବୋଲି କୋରାପୁଟ ଏମ୍‌ପି ସପ୍ତଗିରି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share