ଜାତୀୟସ୍ତରରେ ଶ୍ରେଷ୍ଠ ଜିଲା ଭାବେ କୋରାପୁଟ ପୁରସ୍କୃତ

କୋରାପୁଟ,୧୧ା୧୨(ଅମିତାଭ ବେହେରା): ଜାତୀୟସ୍ତରରେ ଶ୍ରେଷ୍ଠ ଜିଲା ପଞ୍ଚାୟତ ଭାବେ କୋରାପୁଟ ପୁରସ୍କୃତ ହୋଇଛି। ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ଶତତ ବିକାଶ ବର୍ଗରେ କୋରାପୁଟ ଦ୍ବିତୀୟ ଶ୍ରେଷ୍ଠ ଜିଲା ପଞ୍ଚାୟତ ଭାବେ ପୁରସ୍କୃତ ହୋଇଛି। ବୁଧବାର ଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କାର ପ୍ରଦାନ କରିଛନ୍ତି।
କୋରାପୁଟ ଜିଲା ପରିଷଦ ସଭାପତି ସସ୍ମିତା ମେଲେକା, ଜିଲାପାଳ ଭି.କୀର୍ତ୍ତି ଭାସନ ପୁରସ୍କାର ଗ୍ରହଣ କରିଥିଲେ। ଏହି ଅବସରରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦେବାଶିଷ ପଟ୍ଟନାୟକ ଉପସ୍ଥିତ ଥିଲେ। ଏହି ବାବଦରେ କୋରାପୁଟ ଜିଲା ୩ କୋଟି ଟଙ୍କାର ପୁରସ୍କାର ରାଶି ପାଇଛି। ଜାତୀୟସ୍ତରରେ ଦ୍ବିତୀୟ ଶ୍ରେଷ୍ଠ ଜିଲା ପଞ୍ଚାୟତ ଭାବେ କୋରାପୁଟ ପୁରସ୍କୃତ ହୋଇଥିବାରୁ ଜିଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। କୋରାପୁଟ ଜିଲା ତଥା ଓଡ଼ିଶା ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ଜିଲାପରିଷଦ ସଭାପତି ସସ୍ମିତା ମେଲେକା କହିଛନ୍ତି। ଏହି ପୁରସ୍କାର ଜିଲାର ସମସ୍ତ ପଞ୍ଚାୟତ ପାଇଁ ଉତ୍ସର୍ଗୀକୃତ ଏବଂ ଏହି ସଫଳତା ପାଇଁ ଜିଲାର ସମସ୍ତ ପଞ୍ଚାୟତିରାଜ ଜନପ୍ରତିନିଧିଙ୍କ ଭୂମିକା ପ୍ରଶଂସୀୟ ବୋଲି ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ପରିବାର ମଧ୍ୟରେ ସଂଘର୍ଷ: ୪ ଗୁରୁତର

ବଲାଙ୍ଗୀର, ୧୫।୧୨: (ସୁନିଲ ମହାନ୍ତି) ବଲାଙ୍ଗୀର ସହର ଉପକଣ୍ଠ ପଥରଚେପା ଠାରେ ଶନିବାର ରାତିରେ ଦୁଇ ପରିବାର ମଧ୍ୟରେ ସଂଘର୍ଷ ରୁ ୪ ଜଣ ଗୁରୁତର...

ଘରୁ ଟାଣିଆଣି ୨ ଶିଶୁଙ୍କୁ ଦଳିଦେଲା ଦନ୍ତା

ବଣାଇ,୧୫।୧୨: ଘରୁ ଟାଣିଆଣି ୨ ଶିଶୁଙ୍କୁ ଦଳିଦେଲା ଦନ୍ତା। ଏଭଳି ଅଭାନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା ତାମଡ଼ା ରେଞ୍ଜ କଣ୍ଟାପାଲି ଗାଁ ମୁଣ୍ଡା ସାହିରେ...

ପଥଚାରୀଙ୍କ ଉପରେ ଓଲଟିଲା ବସ, ଜଣେ ମୃତ ୧୦ ଆହତ

ଭଦ୍ରକ,୧୫।୧୨(ସନାତନ ରାଉତ): ଭଦ୍ରକରୁ ଆନନ୍ଦପୁର ଯାଉଥିବା ଏକ ଯାତ୍ରୀବାହୀ ଅରୂପାନନ୍ଦ ବସ୍‌ ରବିବାର ସକାଳେ ଭାରସାମ୍ୟ ହରାଇଓଲଟି ପଡିଛି। ବନ୍ତ ଥାନା ଟିଲୋ ଜାଗୁଳାଇପଦା ଛକରେ...

୧୦ ଡିଗ୍ରୀ ତଳକୁ ଖସିଲା ପାରଦ: ଦାରିଙ୍ଗବାଡିରେ ଅସହ୍ୟ ଜାଡ଼ ସହ ଘନ କୁହୁଡି

ଦାରିଙ୍ଗବାଡି,୧୫।୧୨(ଅରୁଣ ସାହୁ): ଚଳିତ ବର୍ଷ ସରକାରୀ ରିପୋର୍ଟ ଅନୁସାରେ ପାରଦ ପ୍ରଥମଥର ପାଇଁ ୧୦ ଡିଗ୍ରୀ ତଳକୁ ଖସିଛି। ରବିବାର ଭୋର ୬ ଟା ସୁଧା...

୬ ମାସ ଭିତରେ ବିଧାୟକ ଟଙ୍କାଟିଏ ଆଣିପାରିନାହାନ୍ତି: ନରେନ୍ଦ୍ର

ପାଲଲହଡ଼ା,୧୫।୧୨(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଲଲହଡ଼ାଠାରେ ଥିବା ଦ୍ୱିତୀୟ ଚିଲିକା, ଖୁଲୁଡି ଏବଂ ବୁଲାଝରକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ବିଧାୟକ ଅଶୋକ ମହାନ୍ତି ରାଜ୍ୟ ସରକାରଙ୍କ...

ଭୋଗ ନାଁରେ ବିକ୍ରି ହେଉଛି ଅପମିଶ୍ରିତ ଖଜା

ପୁରୀ,୧୫ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁଙ୍କ ଭୋଗ କହି ଶ୍ରୀମନ୍ଦିର ବାହାରେ ବିକ୍ରି ହେଉଛି ଅପମିଶ୍ରିତ ଖଜା, ଯାହାକୁ ନେଇ ସୁଆର-ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର...

ଶୀତ ଲହରି ନେଇ ଏହି ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୫ା୧୨(ଅନୁରାଧା ମହାରଣା): ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରି ଜାରି ରହିଛି। ଶନିବାର ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ୩୦.୫ ଡିଗ୍ରୀ ସେଲସିୟସ୍‌ ରହିଥିବାବେଳେ ସର୍ବନିମ୍ନ...

ମାଠିଆ ବାଡ଼େଇ ରାଜନୀତି କଲେ ପୂର୍ବ ସରକାର: ମନ୍ତ୍ରୀ ହରିଚନ୍ଦନ

ଭୁବନେଶ୍ୱର,୧୫।୧୨(ଅନିଲ ଦାସ): ମହାନଦୀ ପ୍ରସଙ୍ଗକୁ ନେଇ ଆରୋପ ପ୍ରତ୍ୟାରୋପ ରାଜନୀତି ଜୋର ଧରିଛି। ବିଜେଡି ଅଭିଯୋଗ କରିଛି, ନୂଆ ଅଧ୍ୟକ୍ଷ ନିଯୁକ୍ତି ଅର୍ଥ ଦାସେ ଆସିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri