କୋରାପୁଟ,୧୦ା୧୧(ଅମିତାଭ ବେହେରା): ଭୁବନେଶ୍ୱରଠାରେ ରାଜ୍ୟ କୃଷି ବିଭାଗ ପକ୍ଷରୁ ରବିବାର ଶ୍ରୀ ଅନ୍ନ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସର୍ବୋଚ୍ଚ ମିଲେଟ(କ୍ଷୁଦ୍ର ଶସ୍ୟ) କଭରେଜ, ମିଲେଟ(କ୍ଷୁଦ୍ର) ଉତ୍ପାଦନ ଏବଂ ମାଣ୍ଡିଆ କ୍ରୟ ପାଇଁ ଶ୍ରୀ ଅନ୍ନ ଅଭିଯାନ ଅଧୀନରେ କୋରାପୁଟ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲା ଭାବରେ ପୁରସ୍କୃତ ହୋଇଛି। କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ସମେତ ବିଭାଗୀୟ ସଚିବ ଓ ଅଧିକାରୀ ଉପସ୍ଥିତ ଥିଲେ।
Posted inଆମ ଜିଲା ଖବର, କୋରାପୁଟ, ରାଜ୍ୟ