Advertisement
Categories: କୋରାପୁଟ

ସର୍ବଭାରତୀୟ ଆଇଏଫ୍‌ଏସ୍‌ ପରୀକ୍ଷାରେ କୋରାପୁଟର କେ. ନାଗାରାଜୁ

କୋରାପୁଟ,୩୦।୬(ସ୍ବ.ପ୍ର.): ସର୍ବଭାରତୀୟ ଆଇଏଫ୍‌ଏସ୍‌ (ଇଣ୍ଡିଆନ ଫରେଷ୍ଟ ସର୍ଭିସ) ପରୀକ୍ଷାରେ କୋରାପୁଟର ପୁଅ କେ. ନାଗାରାଜୁ(୨୯)ଙ୍କୁ ସଫଳତା ମିଳିଛି। ସେ ୪୦ତମ ର଼୍ୟାଙ୍କରେ ରହି କୋରାପୁଟ ଜିଲା ପାଇଁ ଗୌରବ ଆଣିଛନ୍ତି। ୨୦୨୧ ଆଇଏଫ୍‌ଏସ୍‌ ପରୀକ୍ଷାର ଚୂଡାନ୍ତ ଫଳ ମଙ୍ଗଳବାର ପ୍ରକାଶ ପରେ ଏହା ଜଣାପଡିଛି। କୋରାପୁଟ ସହରର ଭାଣ୍ଡିସାହିରେ ରହୁଥିବା ନାଗାରାଜୁଙ୍କ ସଫଳତା ପଛରେ ବାପା ଆଇନଜୀବୀ ତଥା ମା’ ମତ୍ୟୁଲୁମା ମନ୍ଦିରର ପୂଜାରୀ କେ. ବାଲାକ୍ରିଷ୍ଣା ରାଓ, ମାଆ କେ. ରୁକ୍ମଣୀ ଦେବୀଙ୍କ ଆଶୀର୍ବାଦ ଯୋଗୁ ଏହା ସମ୍ଭବ ହୋଇଥିବା ସେ କହନ୍ତି। ନାଗାରାଜୁ କୋରାପୁଟସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ୧୦ମ ଶ୍ରେଣୀ ପଢିବା ପରେ ବିଶାଖାପାଟଣା ଶ୍ରୀଚୈତନ୍ୟ ମହାବିଦ୍ୟାଳୟ ପରେ ଆଇଆଇଟି ଖଡଗପୁରରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ପଢିଥିଲେ। ପରେ କିଛି ଦିନ ମୁମ୍ବାଇରେ ଚାକିରି କରିଥିଲେ। ଚାକିରି ଛାଡି ଦିଲ୍ଲୀ ଯାଇ ୫ ବର୍ଷ ପଢାପଢି କରି ଆଇଏଫ୍‌ଏସ୍‌ ପରୀକ୍ଷା ଦେଇଥିଲେ। ଏହି ସଫଳତା ପାଇଁ ସେ ଖୁସି। ଭାରତ ସରକାର ମୋତେ ଯେଉଁଠାରେ ନିଯୁକ୍ତି ଦେବେ କୋରାପୁଟ ମାଟିର ନାଁ ରଖିବି ବୋଲି କହିଛନ୍ତି ନାଗାରାଜୁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel