Categories: ଖେଳ

ମେଡଭେଡେଭଙ୍କୁ ହରାଇଲେ କୋର୍ଡା

ମେଲବୋର୍ନ,୨୧।୧(ଏପି): ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସ ତୃତୀୟ ରାଉଣ୍ଡରେ ଆମେରିକାର ଯୁବ ଖେଳାଳି ସେବାଷ୍ଟିଆନ କୋର୍ଡା ଏଠାରେ ଦୁଇଥର ରନରଅପ୍‌ ଡାନିଲ ମେଡଭେଡେଭଙ୍କୁ ୭-୬ (୭), ୬-୩, ୭-୬ (୪) ରେ ହରାଇ ଦେଇଛନ୍ତି। ଏଠାରେ ୨୯ତମ ସିଡ୍‌ ଫ୍ଲୋରିଡାର ୨୨ ବର୍ଷୀୟ କୋର୍ଡା ୧୯୯୮ ଅଷ୍ଟ୍ରେଲିଆନ ଓପନ ଚାମ୍ପିୟନ ପିଟରଙ୍କ ପୁତ୍ର। ପୂର୍ବତନ ଖେଳାଳି ଆନ୍ଦ୍ରେ ଆଗାସୀ ହେଉଛନ୍ତି ତାଙ୍କର ଜଣେ ମେଣ୍ଟର। ପ୍ରଥମ ଗ୍ରାଣ୍ଡସ୍ଲାମ କ୍ୱାର୍ଟରଫାଇନାଲରେ ପ୍ରବେଶ କରିବାକୁ ହେଲେ କୋର୍ଡାଙ୍କୁ ରବିବାର ୧୦ ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି ହୁବର୍ଟ ହୁର୍‌କାଜଙ୍କୁ ଅତିକ୍ରମ କରିବାକୁ ହେବ। ଚତୁର୍ଥ ରାଉଣ୍ଡକୁ ଉନ୍ନୀତ ହୋଇଥିବା ଅନ୍ୟ ପୁରୁଷ ଖେଳାଳିମାନେ ହେଲେ ଷ୍ଟିଫାନସ ସିତ୍‌ସିପାସ୍‌, ଜାନିକ ସିନର, ଫେଲିକ୍ସ ଅଗର-ଅଲିଆସିମ୍‌, ଜିରି ଲେହେକା, କାରେନ କାଚାନୋଭ ଓ ୟୋଶିହିତୋ ନିଶିଓକା। ମହିଳା ସିଙ୍ଗଲ୍ସରେ ଆମେରିକାର ଟାଇଟଲ ଫେରାଇଟ୍‌ ଜେସିକା ପେଗୁଲା ଓ କୋକୋ ଗଫ୍‌ ସେମାନଙ୍କ ତୃତୀୟ ରାଉଣ୍ଡ ମ୍ୟାଚରେ ସହଜ ବିଜୟ ହାସଲ କରିଛନ୍ତି। ମେଲବୋର୍ନ ପାର୍କରେ ଗତ ଦୁଇବର୍ଷର କ୍ୱାର୍ଟରଫାଇନାଲିଷ୍ଟ ତୃତୀୟ ସିଡ୍‌ ପେଗୁଲା ୬-୦-୬-୨ରେ ମାର୍ଟା କୋଷ୍ଟିଉକ୍‌ଙ୍କୁ ପରାସ୍ତ କରିଥିବା ବେଳେ ୭ମ ସିଡ୍‌ ଗଫ୍‌ ୬-୩, ୬-୨ରେ ବର୍ନାଡା ପେରାଙ୍କୁ ହରାଇ ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଥିବା ଅନ୍ୟ ଖେଳାଳିମାନେ ହେଲେ ନମ୍ବର ଓ୍ବାନ ଇଗାସ୍ବିଟେକ୍‌, ଏଲେନା ରିବାକିନା, ବାର୍‌ବୋରା କ୍ରେଜିକୋଭା, ଜେଲେନା ଓଷ୍ଟାପେଙ୍କୋ, ଭିକ୍ଟୋରିଆ ଆଜାରେଙ୍କା।

Share