ଓମିକ୍ରନ୍ ଟେଷ୍ଟ ପାଇଁ କୋରିଆ ବୈଜ୍ଞାନିକଙ୍କ ନୂଆ ଟେକ୍‌ନିକ୍‌, ୨୦ ମିନିଟରେ ଆସିଯିବ ରିପୋର୍ଟ

ସିଓଲ,୧୩ ।୧୨: ବିଶ୍ୱରେ ଦ୍ରୁତ ଗତିରେ ମାଡି ଚାଲିଥିବା କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଏବେ ଏହି ଓମିକ୍ରନ୍‌ର ଚିହ୍ନଟ ପାଇଁ କୋରିଆର ବୈଜ୍ଞାନିକମାନେ ଏକ ନୂଆ ଟେକ୍‌ନିକ୍ ବାହାର କରିଛନ୍ତି । ଏହା ଫଳରେ ମାତ୍ର ୨୦ ମିନିଟରେ ଓମିକ୍ରନ୍ ଚିହ୍ନଟ କରାଯାଇ ପାରିବ । ଏବେ ଜଣେ ବ୍ୟକ୍ତି ଓମିକ୍ରନ୍‌ରେ ସଂକ୍ରମିତ କି ନା ତାହା ଜାଣିବାକୁ ଅଧିକ ସମୟ ଲାଗୁଛି । ହେଲେ କୋରିଆର ବିଶେଷଜ୍ଞମାନେ ବାହାର କରିଥିବା ନୂଆ ଟେକନିକ୍ ମଲିକ୍ୟୁଲାର ଡାଏଗନୋସିସ୍ ମାଧ୍ୟମରେ ମାତ୍ର ୨୦ ମିନିଟରେ ଓମିକ୍ରନକୁ ଚିହ୍ନଟ କରାଯାଇ ପାରିବ ବୋଲି ସେମାନେ ଦାବି କରିଛନ୍ତି । କେମିକାଲ ଇଞ୍ଜିନିୟରିଂ ବିଭାଗର ଜଣେ ପ୍ରଫେସର ଲି ଜଙ୍ଗ ବୁକଙ୍କ ନେତୃତ୍ୱରେ ଏକ ଦଳ ଏହି ନୂଆ ଟେକ୍‌ନିକ୍ ବିକଶିତ କରିଛନ୍ତି । ଏହାଦ୍ୱାରା ମାତ୍ର ୨୦-୩୦ ମିନିଟ ମଧ୍ୟରେ ଓମିକ୍ରନ୍‌କୁ ଚିହ୍ନଟ କରାଯାଇ ଏହାର ଫଳାଫଳ ଅନ୍‌ଲାଇନରେ ଉବଲବ୍ଧ କରାଇ ଦିଆଯିବ ।

Share