ଯାଜପୁର ଅଫିସ,୨୧।୧୧: ଯାଜପୁର ଜିଲା କୋରେଇ ଷ୍ଟେଶନରେ ମାଲବାହୀ ଟ୍ରେନ ସୋମବାର ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ସ୍ଥାନୀୟଲୋକେ ରେଳବିଭାଗକୁ ଦାୟୀ କରିଛନ୍ତି। ସ୍ଥାନୀୟଲୋକେ ଷ୍ଟେଶନ ଆଗରେ ଧାରଣା ଦେଇଛନ୍ତି। ସେମାନେ ମୃତକଙ୍କ ପରିବାରରୁ ଜଣକୁ ଚାକିରି ଏହା ସହ ୫୦ ଲକ୍ଷ ଟଙ୍କା ଦେବାକୁ ଦାବି କରିଛନ୍ତି।
ଅନପକ୍ଷେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରତି ମୃତକଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କରିଥିବା ବେଳେ ରାଜ୍ୟ ସରକାର ୨ ଲକ୍ଷ ଘୋଷଣା କରିଛନ୍ତି। ତେବେ ଆନ୍ଦୋଳନକାରୀ ୫୦ ଲକ୍ଷ ଆର୍ଥିକ ସହାୟତା ଦାବି କରିଛନ୍ତି। ଦୁର୍ଘଟଣାରେ ମୃତ ଜଣେ ମହିଳାଙ୍କ ସ୍ବାମୀ ଭିନ୍ନକ୍ଷମ । ତାଙ୍କର ୨ ଜଣ ଅବିବାହିତ ଝିଅ ରହିଛନ୍ତି । ତାଙ୍କ ପରିବାରର ଜଣଙ୍କୁ ଚାକିରି ପାଇଁ ଦାବି ହୋଇଛି । ଦାବି ପୂରଣ ନ ହେଲେ ସେମାନେ ଆନ୍ଦୋଳନକାରୀ ଆମରଣ ଅନଶନ ପାଇଁ ଚେତାବନୀ ଦେଇଛନ୍ତି ।