ଝୁଲି ରହିଲା କୋରେଇ,ବରୀ, ବଡ଼ଚଣା

ଯାଜପୁର,୨୮ା୩(ହର୍ଷବର୍ଦ୍ଧନ ବେହେରା) :ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରାଯାଇଛି। ଏଥିରେ ୭୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବାବେଳେ ଯାଜପୁର ଜିଲାର କୋରେଇ, ବରୀ ଓ ବଡ଼ଚଣା ଆସନରେ ଦଳ କାହାକୁ ପ୍ରାର୍ଥୀ କରିବ ତାହା ଝୁଲି ରହିଛି। ଜିଲା ରାଜନୀତି ଦୃଶ୍ୟପଟରେ ଏହି ୩ଟି ଆସନରେ ଅଙ୍କକଷା ଚୂଡ଼ାନ୍ତ ହୋଇ ନ ପାରିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପକ୍ଷେ ଯାଜପୁର ବିଧାନସଭା ଆସନରେ ହେଭିଓ୍ବେଟ ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ବଦଳରେ ପୂର୍ବତନ ଦଶରଥପୁର ବ୍ଲକ ଅଧ୍ୟକ୍ଷା ସୁଜାତା ସାହୁଙ୍କ ନାମ ରହିଛି। ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ଆସନକୁ ବିକଳ୍ପ ଭାବେ ଗ୍ରହଣ କରାଯାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ବିଞ୍ଝାରପୁର ଓ ଯାଜପୁରରେ ମହିଳା କାର୍ଡ ଖେଳି ଦଳ ୩୩% ମହିଳା ସଂରକ୍ଷଣ ଆଧାରରେ ବରୀ ଆସନରୁ ସୁନନ୍ଦାଙ୍କୁ ବାଦ୍‌ ଦେଇପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି। ଏହାବାଦ୍‌ କୋରେଇରେ ବିଧାୟକ ଅଶୋକ ବଳ ନା ପୂର୍ବତନ ବିଧାୟକ ଆକାଶ ଦାସନାୟକଙ୍କୁ ଟିକେଟ୍‌ ମିଳିବ ତାହା ମଧ୍ୟ ସ୍ପଷ୍ଟ ହୋଇପାରିନାହିଁ। ସେହିପରି ବଡ଼ଚଣାରେ ବିଧାୟକ ଅମରପ୍ରସାଦ ଶତପଥୀଙ୍କ ବଦଳରେ ତାଙ୍କ ପୁଅ ଅଦ୍ୱିତୀୟ ଶତପଥୀଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି।
ଗତ ସାଧାରଣ ନିର୍ବାଚନରେ ଅପ୍ରତ୍ୟାଶିତ ଭାବେ ବରୀ ନିର୍ବାଚନ ମଣ୍ଡଳୀରୁ ଭାଜପାରୁ ଆସି ବିଜେଡିରୁ ପ୍ରାର୍ଥିନୀ ହୋଇ ସୁନନ୍ଦା ଦାସ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ନବୀନ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ପୁରସ୍କାର ଦେଇଥିବା ସଂସ୍ଥା ଏମ୍‌ଆଇପିର ୭୫ ଜଣ ବିଧାୟିକାଙ୍କ ତାଲିକାରେ ସୁନନ୍ଦାଙ୍କ ନାମ ରହିଥିଲା। ଜଣେ ମହିଳା ବିଧାୟିକା ଭାବେ ତାଙ୍କ ନାମ ଆଗଧାଡ଼ିରେ ରହି ଆସିଛି। ସାଧାରଣ ଲୋକଙ୍କ ସହ ସେ ଅତି ନିକଟତର ହୋଇ ପାରିଛନ୍ତି। ତାଙ୍କ ବିଧାୟିକା ସମୟରେ ବହୁ ପ୍ରଶଂସନୀୟ କାର୍ଯ୍ୟ କରିଥିବାବେଳେ ଏଯାଏ କୌଣସି ଦାଗ ଲାଗି ନାହିଁ ବୋଲି ସେ ଦାବି କରିଛନ୍ତି ା ଦୀର୍ଘ ୫ ବର୍ଷ ପୂରଣ ହେବାକୁ ଯାଉଥିବା ବେଳେ ଏଡିଆର ରିପୋର୍ଟ ଅନୁଯାୟୀ ୧୪୭ ଜଣ ବିଧାୟିକାଙ୍କ ମଧ୍ୟରୁ ୯୫ ଜଣ ବିଧାୟକ କୋଟିପତି ହୋଇଥିବା ବେଳେ ବରୀ ବିଧାୟିକାଙ୍କ ଜମା ଖାତାରେ ମାତ୍ର ୧୫ ହଜାର ଟଙ୍କା ରହିଛି। ଏହା ତାଙ୍କର ସଚ୍ଚୋଟତାର ପ୍ରମାଣ ବୋଲି ବହୁ ବୁଦ୍ଧିଜିବୀ ମତ ରଖିଛନ୍ତି। କିନ୍ତୁ କଂଗ୍ରେସରୁ ସ୍ବାଧୀନ, ୨୦୧୯ ସାଧାରଣ ନିର୍ବାଚନରେ ସ୍ବାଧୀନରୁ ଭାଜପା ପ୍ରାର୍ଥୀ ଏବଂ କମ ଭୋଟ ବ୍ୟବଧାନରେ ହାରିବା ପରେ ବିଜେଡିରେ ଯୋଗଦେଇଥିବା ବିଶ୍ୱରଞ୍ଜନ ମଲିକଙ୍କ ନାମ ମଧ୍ୟ ଏବେ ଶୁଣିବାକୁ ମିଳୁଛି। ତେଣୁ ବରୀ ଆସନରେ ବିଜେଡି ଏଥର ପରିବର୍ତ୍ତନ କରିପାରେ ବୋଲି ଚର୍ଚ୍ଚା ହେଉଛି।
ବଡ଼ଚଣାରେ ବିଧାୟକ ଅମର ପ୍ରସାଦ ଶତପଥୀ ଗତ ନିର୍ବାଚନରେ ଭାଜପା ପ୍ରାର୍ଥୀ ଅମର କୁମାର ନାୟକଙ୍କଠାରୁ ମାତ୍ର ୧୪୮୫ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ଏହାସହ ଇତିମଧ୍ୟରେ ବଡ଼ଚଣା ନିର୍ବାଚନ ମଣ୍ଡଳୀରେ ତାଙ୍କ କର୍ମଫଳ ସେତେଟା ପ୍ରଭାବ ପଡି ନ ଥିବା ଆଲୋଚନା ହେଉଛି। ତେଣୁ ବିଜେଡି ଏକ ବିକଳ୍ପ ନେତା ବାଛିବ ବୋଲି ପ୍ରଥମ ପର୍ଯ୍ୟାୟ ତାଲିକାରେ ନାମ ଛିଣ୍ଡି ପାରିନାହିଁ। ଏହିକ୍ରମରେ ତାଙ୍କ ପୁଅ ଅଦ୍ୱିତୀୟ କିମ୍ବା ଜିଲା ଉପସଭାପତି ଗଣେଶ୍ୱର ବରାଳ, ସାଧାରଣ ସମ୍ପାଦକ ଜନ୍ମେଜୟ ଲେଙ୍କା, ଇତିଶ୍ରୀ ସାମଲ, ମନୋରମା ଆଚାର୍ଯ୍ୟ ପ୍ରମୁଖଙ୍କ ନାମ ଚର୍ଚ୍ଚାକୁ ଆସୁଛି। ଏପରି କି ନିକଟରେ କଂଗ୍ରେସ ଛାଡିଥିବା ରାଜନାରାୟଣ ମହାପାତ୍ର ବିଜେଡିରେ ଏଯାଏ ସାମିଲ ହୋଇ ନ ଥିଲେ ହେଁ ତାଙ୍କୁ ସୁଯୋଗ ମିଳିପାରେ ବୋଲି ଆଲୋଚନା ହେଉଛି।
ସେହିପରି କୋରେଇ ଆସନଟି ସଦାସର୍ବଦା ସ୍ବତନ୍ତ୍ରତା ରଖି ଆସିଛି। ଏହି ନିର୍ବାଚନ ମଣ୍ଡଳୀରେ ଗତ ଦୁଇ ଦଶନ୍ଧି ହେଲା କେହି ଜଣେ ଦ୍ୱିତୀୟ ଥର ବିଧାୟକ ହୋଇ ପାରିନାହାନ୍ତି। ଏହାସହ ଏହି ଆସନ ପାଇଁ ବବିଙ୍କ ନାମ ପୂର୍ବରୁ ଚର୍ଚ୍ଚା ହେଉଥିଲାବେଳେ ସମ୍ବଲପୁର ଲୋକସଭା ଆସନରେ ସେ ପ୍ରାର୍ଥୀ ହେବା ପରେ ତାଙ୍କ ନାମ ଏବେ ପୂର୍ଣ୍ଣଛେଦ ପଡିଛି। ବାକି ରହିଲେ ଆକାଶ ଓ ଅଶୋକ। ପୂର୍ବ କର୍ମଫଳ ଏବଂ ଦଳ ପ୍ରତି ଆନ୍ତରିକତା, ଲୋକ ସମ୍ପର୍କକୁ ପାଥେୟ କରି ଦଳ ପ୍ରାର୍ଥୀ ବାଛିବ ବୋଲି ସୂଚନା ମିଳିଛି। ଏହିକ୍ରମରେ ଆକାଶଙ୍କ ନାମ ଚର୍ଚ୍ଚା ବହୁ ଆଗରେ ରହିଥିବାବେଳେ ଅଶୋକ ମଧ୍ୟ କମ ନୁହନ୍ତି। ତେଣୁ ଦଳ ଏବେ କାହାକୁ ପ୍ରାର୍ଥୀ କରିବ ସେ ନେଇ ଚୂଡ଼ାନ୍ତ କରି ପାରି ନ ଥିବାରୁ ପ୍ରଥମ ପର୍ଯ୍ୟାୟ ତାଲିକାରେ ଝୁଲାଇ ରଖିବା ସ୍ବାଭାବିକ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri