ଠିଆ ହୋଇପାରୁନି କୋରେଇ ଭବନ

ଯାଜପୁର ଅଫିସ,୨୬ା୭:ରାଜନୈତିକ ଓ ପ୍ରଶାସନିକ ଉଦାସୀନତାର ଅନ୍ୟ ଏକ ଉଦାହରଣ ଯାଜପୁର ଜିଲା କୋରେଇ ବ୍ଲକରେ ଦେଖିବାକୁ ମିଳିଛି। ଜିଲାର ଅନ୍ୟ ନିର୍ବାଚନ ମଣ୍ଡଳୀ ନାମରେ ଭବନମାନ ରହିଥିବାବେଳେ କୋରେଇ ଭବନ ଦୀର୍ଘ ୭ ବର୍ଷ ହେଲା ପ୍ରସ୍ତାବରେ ସୀମିତ ରହିଛି। ପାଣିକୋଇଲି-କେନ୍ଦୁଝର ୨୦ନଂ.ଜାତୀୟ ରାଜପଥର ଧନେଶ୍ୱର ନିକଟ ପଥରପଦା ମୌଜାରେ ଏହି ଭବନ ନିର୍ମାଣ କାମ ପିଲରରେ ସୀମିତ ରହିଛି। ରାଜନୈତିକ ଟଣାଓଟରାରେ ଏହି ପ୍ରକଳ୍ପ ବଳି ପଡିଛି ବୋଲି କେତେଜଣ ପ୍ରକାଶ କରିଛନ୍ତି। ଠିକାଦାର ଓ କେତେଜଣ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ମଞ୍ଜୁର ଅର୍ଥ ହରିଲୁଟ ହୋଇଥିବା ସନ୍ଦେହ କରାଯାଉଛି ା ଏଥିରୁ ଗତ ୨ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ହେବ କୋରେଇ ନିର୍ବାଚନ ମଣ୍ଡଳୀରେ ବିକାଶର ଗତିପଥ ପ୍ରତିହତ ହେଉଥିବା ଚର୍ଚ୍ଚା ଜୋର ଧରିଛି।
ଜିଲାର କୋରେଇ ନିର୍ବାଚନ ମଣ୍ଡଳୀରେ ସମ୍ପ୍ରତି ଦୁର୍ବଳ ନେତୃତ୍ୱ ଓ ପକ୍ଷପାତିତା ନୀତି ଯୋଗୁ ବିଜେଡିର ପୁରୁଖା କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ା ଏହା ଜିଲା ବିଜେଡିର ଲୋକପ୍ରିୟତାକୁ ପ୍ରଭାବିତ କରୁଛି ା ଏକାଧିକ ମଞ୍ଜୁରପ୍ରାପ୍ତ ପ୍ରକଳ୍ପ ଆରମ୍ଭ କିମ୍ବା ସମ୍ପୂର୍ଣ୍ଣ ହୋଇ ପାରିନାହିଁ ା ସେଥିମଧ୍ୟରୁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ସହ ଜନସାଧାରଣଙ୍କ ଉଦ୍ଦେଶ୍ୟରେ କୋରେଇ ଭବନ ଅନ୍ୟତମ। ପୂର୍ବତନ ବିଧାୟକ ଆକାଶ ଦାସନାୟକ ଏହି କୋରେଇ ଭବନ ନିର୍ମାଣ କରିବାକୁ ସରକାରଙ୍କୁ ଅନୁରୋଧ କରିଥିଲେ। ଏହାପରେ ସରକାରଙ୍କ ପକ୍ଷରୁ ୨୦୧୬-୧୭ ବର୍ଷରେ ଏହି ଭବନ ନିର୍ମାଣ କରିବାକୁ ୫୦ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଥିଲା। ଏହାସହ ପଥରପଦା ରାଜସ୍ବ ମୌଜାର ଖାତା ନଂ.୪୯୩, ଫ୍ଲଟ ନଂ.୩୦୦, ୨୯୫, ୨୯୬/୩୦୧୩,୨୨୮/୩୦୧୨ ଜମି ଚିହ୍ନଟ କରାଯାଇଥିଲା। ତକତ୍ାଳୀନ କୋରେଇ ବିଡିଓ ସରକାରଙ୍କ ସମସ୍ତ ନିୟମ ଅନୁସାରେ କୋରେଇ ବ୍ଲକରେ ଟେଣ୍ଡର ଆହ୍ବାନ କରିଥିଲେ। ତେବେ ଏହି ଜମି ରାଜପଥଠାରୁ ବହୁ ତଳେ ଥିବାରୁ ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବା ପାଇଁ ଅତିରିକ୍ତ ୧୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଏହି ଅର୍ଥକୁ ବିଧାୟକ ଓ ଏମ୍‌ପିଙ୍କ ହାତପାଣ୍ଠିରୁ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଏହାବାଦ୍‌ ପାଚେରୀ ନିର୍ମାଣ ପାଇଁ ୨୯ ଲକ୍ଷ ଟଙ୍କା ଅନୁମୋଦନ ହୋଇଥିଲା। କିନ୍ତୁ ବିଡମ୍ବନା, ଭୂଇଁଠାରୁ କେତୋଟି ପିଲର ଉଠିଥିବାବେଳେ ଏହି ମହତ ପ୍ରକଳ୍ପକୁ ସମସ୍ତେ ଭୁଲି ଯାଇଛନ୍ତି। କୋରେଇ ନିର୍ବାଚନ ମଣ୍ଡଳୀରେ ପ୍ରତିଥର ନେତା ବଦଳୁଥିବାରୁ ଠିକାଦାରୀ ରାଜନୀତି ଅଣାୟତ୍ତ ହେଉଛିି ବୋଲି ଅଭିଯୋଗ ହୋଇଛି ା
୧୯୭୪ରୁ କୋରେଇ ନିର୍ବାଚନ ମଣ୍ଡଳୀର ସୀମା ପୁନଃନିର୍ଦ୍ଧାରଣ ହୋଇଥିଲା। ଗତ ୨ ଦଶନ୍ଧି ହେଲା ଜଣେ ନେତାଙ୍କୁ କୋରେଇବାସୀ ଗ୍ରହଣ କରିନାହାନ୍ତି ା ୨୦୦୦ ନିର୍ବାଚନରେ ବିଜେଡି ନୂଆକରି ଗଠିତ ହୋଇଥିଲେ ହେଁ ଅଶୋକ ଦାସ ଜନତା ଦଳରୁ ଠିଆ ହୋଇ ନିର୍ବାଚନ ଜିତିଥିଲେ। ଏହାପରେ ୨୦୦୪ରେ ଭାଜପା ଓ ବିଜେଡି ମେଣ୍ଟରୁ ସଞ୍ଜିତା ମହାନ୍ତି, ୨୦୦୯ରେ ପ୍ରୀତିରଞ୍ଜନ ଘଡେଇ ଓ ୨୦୧୪ରେ ଆକାଶ ଦାସନାୟକ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ା ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିରୁ ଭାଜପା ଏବଂ ଭାଜପାରୁ ପୁଣି ବିଜେଡିକୁ ଲମ୍ପମାରି ଅଶୋକ ବଳ ନିର୍ବାଚନ ଜିତିଥିଲେ। ଇତିମଧ୍ୟରେ ୩ ବର୍ଷ ଅତିକ୍ରାନ୍ତ ହୋଇ ସାରିଛି ା ଏହି ୩ ବର୍ଷ ମଧ୍ୟରେ କୋରେଇ ନିର୍ବାଚନ ମଣ୍ଡଳୀ ସହ ବ୍ୟାସନଗର ପୌରପରିଷଦର ବିକାଶକୁ ଅବଲୋକନ କଲେ ସେତେଟା ସନ୍ତୋଷଜନକ ନୁହେଁ ବୋଲି ଚର୍ଚ୍ଚା ହେଉଛି ା ଅଧିକାଂଶ ପ୍ରକଳ୍ପରେ ଦୁର୍ନୀତି, ଅନିୟମିତତା, ହରିଲୁଟ ଅଭିଯୋଗ ହେଉଥିବା ବିଭିନ୍ନ ଗଣମାଧ୍ୟମ ସହ ସୋସିଆଲ ମିଡିଆରେ ଶୁଣିବାକୁ ମିଳିଛି। ଏହାବାଦ୍‌ ପୂର୍ବରୁ ହାତକୁ ନିଆଯାଇଥିବା ବିଭିନ୍ନ ଉନ୍ନୟନ ଓ ଜନହିତକର କାର୍ଯ୍ୟକୁ ଆଗେଇ ନିଆଯାଇ ପାରିନାହିଁ ା ଏଥିରେ କୋରେଇ ଭବନ, ସଂସ୍କୃତି ଭବନ, ଆଦର୍ଶ ପୋଖରୀ, ମାର୍କେଟ କମ୍ପ୍ଲେକ୍ସ, ଗ୍ରାମ୍ୟ ପାନୀୟଜଳ ପ୍ରକଳ୍ପ, ବ୍ୟାସସରୋବରର ଉନ୍ନତିକରଣ, ନୂତନ ପଞ୍ଚାୟତ ଗୃହ ଆଦି ଉନ୍ନତି ଯୋଜନାରେ ଏକାଧିକ ପ୍ରକଳ୍ପ ବନ୍ଦ ହୋଇ ପଡିଛି ା ଏହା କୋରେଇବାସୀଙ୍କୁ କେବଳ ବ୍ୟଥିତ କରୁନାହିଁ ବରଂ ବିଜେଡିର ନେତୃତ୍ୱ ଉପରେ ଅଙ୍ଗୁଳି ଉଠାଇଛି ା ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅନୁଦାନ ଅର୍ଥ ମହଜୁଦ ରହିଥିବା ସତ୍ତ୍ବେ ଖର୍ଚ୍ଚ ହୋଇ ପାରିନାହିଁ ବୋଲି କେତେଜଣ ବରିଷ୍ଠ କର୍ମୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି ା ଏନେଇ ପୁରୁଖା କର୍ମୀମାନେ ଜିଲାର ଜଣେ ବରିଷ୍ଠ ନେତାଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରି ସାରିଛନ୍ତି ବୋଲି ଜଣାପଡିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ-ବାଇକ୍‌ ଧକ୍କା: ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ଗୋପାଳପୁର, ୨୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଭାଲିଆଗାଡ଼ ନିକଟରେ ରବିବାର ଏକ ଟ୍ରକ-ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ...

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଗଞ୍ଜେଇ ଜବତ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ରବିବାର ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଶ୍ମଶାନ ନିକଟରୁ ୨ କିଣ୍ଟାଲ ୧୪ କେ.ଜି ୨...

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଟ୍ରଲର, ୨ ମହିଳା ଗୁରୁତର

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ପୁରୁଣା ଥାନା ନିକଟରେ ରବିବାର ସାରେ ରାସ୍ତା ଅତିକ୍ରମ କରୁଥିବାବେଳେ...

୨ ନାବାଳିକାଙ୍କୁ ଗଣବଳାତ୍କାର: ଅଭିଯୋଗ ପରେ ପୋଲିସର ତତ୍ପରତା, ୩ ଜଣ ଅଟକ

ରାଉରକେଲା, ୨୨।୯(ସଂଗୀତା ଜେନା): ରାଉରକେଲାରେ ଚାଞ୍ଚଲ୍ୟ। ଦୁଇ ଜଣ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପର ହୋଇ ଉଠିଛି। ଏହି...

ଶ୍ୱଶୁରଙ୍କୁ ହତ୍ୟା କଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

ଗାଁ ନିକଟରେ ଦିନ ଦି ପ୍ରହରରେ ବୁଲୁଛି ଗୋଠ ଛଡା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାତ୍ରବସା ଗାଁ ନିକଟରେ ଏକ ଭାଲୁ ଦିନ ଦି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri