ନୂଆଦିଲ୍ଲୀ,୨୧ା୧୧: ଯାଜପୁରର କୋରେଇ ଷ୍ଟେଶନରେ ଏକ ମାଲ୍ବାହୀ ଟ୍ରେନ୍ ସୋମବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୃତ ବ୍ୟକ୍ତିମାନଙ୍କ ପ୍ରତି ଗଭୀର ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେ ଟୁଇଟ୍ କରି ମୃତ ବ୍ୟକ୍ତିମାନଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ମୃତକଙ୍କ ପରିବାର ସଦସ୍ୟଙ୍କୁ ୫ ଲକ୍ଷ, ଗୁରୁତରଙ୍କୁ ୧ ଲକ୍ଷ ଏବଂ ସାମାନ୍ୟ ଆହତ ବ୍ୟକ୍ତିମାନଙ୍କୁ ୨୫ ହଜାର ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି।
କୋରେଇ ଠାରେ ପଣ୍ୟବାହୀ ଟ୍ରେନ ଦୁର୍ଘଟଣା ଯୋଗୁଁ ମୃତାହତ ହୋଇଥିବା ବ୍ୟକ୍ତିମାନଙ୍କ ପ୍ରତି ଗଭୀର ଦୁଃଖ ପ୍ରକାଶ କରୁଛି।
ମୃତ ବ୍ୟକ୍ତିମାନଙ୍କ ପରିବାର ସଦସ୍ୟମାନଙ୍କୁ ପାଞ୍ଚ ଲକ୍ଷ, ଗୁରୁତର ଆହତମାନଙ୍କୁ ଏକ ଲକ୍ଷ ଏବଂ ସାମାନ୍ୟ ଆହତ ବ୍ୟକ୍ତି ମାନଙ୍କୁ 25 ହଜାର ଟଙ୍କା ଆର୍ଥିକ ସହାୟତା ଘୋଷଣା କରୁଛି ।
— Ashwini Vaishnaw (@AshwiniVaishnaw) November 21, 2022