କୋଶଳୀକୁ ମିଳିବନି ରାଜ୍ୟ ଭାଷା ମାନ୍ୟତା

ଭୁବନେଶ୍ୱର,୨୨ା୩ (ରବିନାରାୟଣ ଜେନା): ସମ୍ବଲପୁରୀ-କୋଶଳୀ ଭାଷାକୁ ରାଜ୍ୟ ଭାଷାର ମାନ୍ୟତା ଦାବି ସଂକ୍ରାନ୍ତୀୟ କୌଣସି ପ୍ରସ୍ତାବ ସରକାରଙ୍କ ହସ୍ତଗତ ହୋଇନାହିଁ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ଶୁକ୍ରବାର ଗୃହରେ ବିିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ସୂରଜ କହିଛନ୍ତି ଯେ, ଏସମ୍ପର୍କିତ ପ୍ରସ୍ତାବ ଏବେ ସରକାରଙ୍କ ପାଖରେ ନାହିଁ। ଅନ୍ୟପକ୍ଷରେ ମନ୍ତ୍ରୀଙ୍କ ଉତ୍ତର ପରେ ଭାଜପା ସଦସ୍ୟ ଜୟନାରାୟଣ ମିଶ୍ର କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରୀ-କୋଶଳୀ ଭାଷା ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହି ଅବସରରେ ସେ ପୁରୁଣା କଥାକୁ ଦୋହରାଇ କହିଲେ, ଓଡ଼ିଶା ଗଠନ ହୋଇଛି ଉତ୍କଳ, କଳିଙ୍ଗ ଓ କୋଶଳକୁ ନେଇ। ଏବେ ସରକାର କହୁଛନ୍ତି, ଏହା ମୋ ବ୍ୟକ୍ତିଗତ ମତ କିନ୍ତୁ ଆଗକୁ ଏହା ସାମୁହିକ ମତ ହେବ ବୋଲି ଜୟନାରାୟଣ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କମିବ ବର୍ଷର ପ୍ରଭାବ, ରାଜ୍ୟରେ ୨୦ ତାରିଖରୁ ତାତି ବଢିବା ସମ୍ଭାବନା

ନୂଆଦିଲ୍ଲୀ,୧୭।୪: ବର୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ସର୍ବୋଚ୍ଚ ତାପମାତ୍ରା ୪୦ଡ଼ିଗ୍ରୀ ତଳେ ରେକର୍ଡ ହେଉଛି। ଆଗାମୀ ୩ଦିନ ପରେ ବର୍ଷାର ପ୍ରଭାବ କମିବା...

Top 5 Cricketer Of Odisha: ଅନ୍ତର୍ଜାତୀୟ କ୍ରିକେଟରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିଲେ ଏହି ଟପ୍‌-୫ କ୍ରିକେଟର୍‌: ଜାଣନ୍ତୁ କିଏ କିଏ

ଅନ୍ତର୍ଜାତୀୟ କ୍ରିକେଟରେ ଓଡ଼ିଶାରୁ ଖୁବ୍‌ କମ୍‌ ଖେଳାଳି ନାଁ କରିଛନ୍ତି। କିଛି ହାତ ଗଣତି କ୍ରିକେଟର୍‌ ଅନ୍ତର୍ଜାତୀୟ ସ୍ତରରେ ଭଲ ଖେଳିଛନ୍ତି। ଆମେ ସେହି ଖେଳାଳିଙ୍କୁ...

ଭାଜପାରେ ମିଶିବେ ବିଜେଡି-କଂଗ୍ରେସର ୩୮ ବିଧାୟକ! ସାଂଘାତିକ ଖୁଲାସା କଲେ ଭାଜପା ବିଧାୟକ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀ ଭାଜପାର ସକ୍ରିୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଗୁରୁବାର ଭଞ୍ଜନଗରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାଜପା ଘୁମୁସର ସାଂଗଠନିକ ଜିଲା ସଭାପତି...

ଜବରଦସ୍ତ ସ୍କୁଟର ଲଞ୍ଜ କଲା Honda,ମନ ଜିଣିବ ଆଡଭାନ୍ସ ଫିଚର୍‌

ନୂଆଦିଲ୍ଲୀ,୧୭।୪: ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆ (HMSI) ଭାରତୀୟ ବଜାରରେ ୨୦୨୫ Dio ଲଞ୍ଚ କରିଛି। ଅପଡେଟ୍‌ ହୋଇଥିବା ସ୍କୁଟରଟି କସମେଟିକ୍‌ ପରିବର୍ତ୍ତନ, OBD୨...

Top 5 Biodiversity Centers in Odisha: ଓଡ଼ିଶାର ଟପ୍-୫ ଜୈବ ବିବିଧ କେନ୍ଦ୍ର

ଓଡ଼ିଶା ଭାରତର ଅନ୍ୟତମ ଜୈବ ବିବିଧତା ସମୃଦ୍ଧ ରାଜ୍ୟ। ଯେଉଁଠି ବିଭିନ୍ନ ପ୍ରକାରର ବନସ୍ପତି, ପ୍ରାଣୀ, ଏବଂ ଜଳଜ ଜୀବ ଦେଖାଯାଏ। ଏହାର ଜଙ୍ଗଲ, ଜଳାଶୟ,...

UGC NET June 2025 ପାଇଁ ଆବେଦନ ଆରମ୍ଭ, ଜାଣନ୍ତୁ କେବେ ହେବ ପରୀକ୍ଷା, ଶେଷ ତାରିଖ…

ନୂଆଦିଲ୍ଲୀ,୧୭।୪: ଏନ୍‌ଟିଏ ଜୁନ ୨୦୨୫ ରେ UGC NET ର ବିଜ୍ଞପ୍ତି ପ୍ରକାଶ କରିଛି। ଏହା ସହିତ ଆବେଦନ ପୋର୍ଟାଲ ମଧ୍ୟ ଖୋଲିଛି। ପ୍ରାର୍ଥୀମାନେ ୧୬...

ବଡ଼ ନିଷ୍ପତ୍ତି: ପ୍ରଥମରୁ ୫ମ ଶ୍ରେଣୀ ଯାଏ ହିନ୍ଦୀ ଭାଷା ବାଧ୍ୟତାମୂଳକ; ଜାତୀୟ ଶିକ୍ଷା ନୀତି ଲାଗୁ

ମୁମ୍ବାଇ,୧୭।୪: ମହାରାଷ୍ଟ୍ର ସରକାର ୨୦୨୫-୨୬ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି (NEP) ୨୦୨୦ କାର୍ଯ୍ୟକାରୀ କରିବା ପାଇଁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି...

ସ୍ବାସ୍ଥ୍ୟମନ୍ତ୍ରୀ ବାଣ୍ଟିଲେ ଆୟୁଷ୍ମାନ କାର୍ଡ: ହିତାଧିକାରୀଙ୍କ ଘରେ ଚା ପିଇଲେ

ଅତାବିରା, ୧୭।୪(ଯୁଧିଷ୍ଠିର ମହାପାତ୍ର): ବରଗଡ ଜିଲା ଅତାବିରାକୁ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପହଞ୍ଚି ଆଜି ପୂର୍ବାହ୍ନରେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ ସହିତ ଆୟୁଷ୍ମାନ ଭାରତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image