Categories: ବାଣିଜ୍ୟ

କୋଟାକ୍‌ର ‘ଶିଖୋ ପୈସା କି ଭାଷା’

ଭୁବନେଶ୍ୱର,୧୦।୧୦: କୋଟାକ୍‌ ମ୍ୟୁଚୁଆଲ ଫଣ୍ଡର ନିବେଶକ ଶିକ୍ଷା ତଥା ସଚେତନତା ପ୍ରୟାସ ‘ଶିଖୋ ପୈସା କି ଭାଷା’ କାର୍ଯ୍ୟକ୍ରମ ନିକଟରେ ରାଉଲକେଲାସ୍ଥିତ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ)ର ମିଳିତ ସହଭାଗିତାରେ ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ଆର୍ଥିକ ଶିକ୍ଷାର ଅଭିବୃଦ୍ଧି ପାଇଁ ଶିକ୍ଷକମାନଙ୍କ ବୁଝାମଣାକୁ ସଶକ୍ତୀକରଣ କରିବା ଉଦ୍ଦେଶ୍ୟରେ ବ୍ୟାପକ ଶିକ୍ଷା ଏବଂ ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରି ଆର୍ଥିକ ସାକ୍ଷରତା ପଥକୁ ବିକଶିତ କରିବାକୁ ସ୍ଥିର ହୋଇଛି, ଯାହାଦ୍ୱାରା ଏହା ଏକ ସମ୍ଭାବ୍ୟ ପ୍ରଗତିଶୀଳ ଭବିଷ୍ୟତ ଦିଗରେ ଭାରତର ବିକାଶ ଯାତ୍ରାରେ ସହାୟକ ହୋଇପାରିବ। ଏହି ପଦକ୍ଷେପ ମାଧ୍ୟମରେ ଓଡ଼ିଶାର ୮୨୫ରୁ ଅଧିକ ସିବିଏସଇ ଶିକ୍ଷକ ଏବଂ ରାଉରକେଲାର ୭୫ରୁ ଅଧିକ ଶିକ୍ଷକଙ୍କ ମଧ୍ୟରେ ଆର୍ଥିକ ସାକ୍ଷରତା ବିଷୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ରଖାଯାଇଛି। ସେମାନଙ୍କ ମଧ୍ୟରେ ୫୦% ମହିଳାଙ୍କୁ ଅନ୍ତର୍ଭୁକ୍ତ କରାଯିବାର ଆଶା ରଖାଯାଇଛି। ଯାହାଦ୍ୱାରା ଇକ୍ୟୁଟେବୁଲ ଅଭିବୃଦ୍ଧି ଏବଂ ବିକାଶର ଧାରା ସମ୍ପନ୍ନ ହୋଇପାରିବ। ଏହି ପଦକ୍ଷେପର ଏକ ଅଂଶ ଭାବରେ କୋଟାକ୍‌ ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ସେଣ୍ଟର ଫର ଇନଭେଷ୍ଟମେଣ୍ଟ ଏଜୁକେଶନ ଆଣ୍ଡ ଲର୍ନିଂ (ସିଆଇଇଏଲ)ରୁ ୫୦୦ରୁ ଅଧିକ ଦକ୍ଷ ପ୍ରଶିକ୍ଷକଙ୍କୁ ଅଣାଯାଇଛି। ସେମାନେ ପ୍ରଭାବଶାଳୀ ଅଧିବେଶନଗୁଡିକର ନେତୃତ୍ୱ ନେଉଛନ୍ତି ଏବଂ କାର୍ଯ୍ୟକ୍ରମରେ ଗୁଣବତ୍ତା ତଥା ପ୍ରାସଙ୍ଗିକତା ପ୍ରତି ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଏ ସମ୍ପର୍କରେ କୋଟାକ ମ୍ୟୁଚୁଆଲ ଫଣ୍ଡର ମୁଖ୍ୟ (ଡିଜିଟାଲ ବିଜନେସ, ମାର୍କେଟିଂ ଆଣ୍ଡ ଆନାଲିଟିକ୍ସ) କିଞ୍ଜଲ ଶାହା କହିଛନ୍ତି, ନିବେଶକ ଶିକ୍ଷା ତଥା ସଚେତନତା ‘ଶିଖୋ ପୈସା କି ଭାଷା’ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଆର୍ଥିକ ସଶକ୍ତୀକରଣ ପାଇଁ ଗଭୀର ଭାବେ ପ୍ରତିଶ୍ରୁତିବଦ୍ଧ। ଏପରିକି ଆମର ବିଶ୍ୱାସ ଶିକ୍ଷକମାନେ ଦେଶର ଭାଗ୍ୟ ଏବଂ ନୂତନ ପିଢ଼ି ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ବିଶେଷ କରି ସିବିଏସଇ ସହିତ ଆମର ସହଭାଗିତା ଲୋକଙ୍କ ମଧ୍ୟରେ ଓ ଶିକ୍ଷକଙ୍କ ମାଧ୍ୟମରେ ଆର୍ଥିକ ସାକ୍ଷରତା ଏବଂ ନିବେଶ ସମ୍ପର୍କରେ ବିଶେଷ ସଚେତନତା ସୃଷ୍ଟି କରାଯାଇପାରିବ।

Share