ଗୁଆହାଟୀ,୧୦।୧ : ଜ ଷ୍ଟିସ ଏନ.କୋଟିଶ୍ୱର ସିଂଙ୍କୁ ଗୁଆହାଟୀହାଇକୋର୍ଟର କାର୍ଯ୍ୟକାରୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ନ୍ୟାୟ ବିଭାଗ, ଆଇନ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ ଜଷ୍ଟିସ କୋଟିଶ୍ୱର ସିଂ ଜାନୁଆରୀ ୧୨ ରୁ ଦାୟିତ୍ୱ ଗ୍ରହଣ କରିବେ। ଗୁଆହାଟୀ ହାଇକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଶ୍ମିନ ମନହରଭାଇ ଛାୟାଙ୍କ କାର୍ଯ୍ୟକାଳ ଜାନୁଆରୀ ୧୧ ରେ ଶେଷ ହେବାକୁ ଯାଉଛି।
ବିଜ୍ଞପ୍ତି ଅନୁଯାୟୀ, ଭାରତର ସମ୍ବିଧାନର ଧାରା ୨୨୩ ଦ୍ୱାରା ପ୍ରଦାନ କରାଯାଇଥିବା କ୍ଷମତାକୁ ବ୍ୟବହାର କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ ନୋଙ୍ଗମେଇକାପମ କୋଟିଶ୍ୱର ସିଂଙ୍କୁ ପ୍ରଧାନ ବିଚାରପତି ରଶ୍ମିନ ମନହରଭାଇ ଛାୟାଙ୍କ ଅବସର ପରେ ହାଇକୋର୍ଟର କାର୍ଯ୍ୟକାରୀ ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ କରିଛନ୍ତି। ସେ ୧୨ ଜାନୁଆରୀ ୨୦୨୩ଠାରୁ ହାଇକୋର୍ଟ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟର ସମସ୍ତ ଦାୟିତ୍ୱ ବହନ କରିବେ।