ଖୋର୍ଦ୍ଧା ଅଫିସ,୧୪।୭ : ଖୋର୍ଦ୍ଧା ଜିଲାରେ ବଡ଼ିଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା। ଘରୋଇ ନର୍ସିଂହୋମଗୁଡ଼ିକ କୋଭିଡ ଗାଇଡ ଲାଇନକୁ ପାଳନ କରୁ ନ ଥିବା ଅଭିଯୋଗ ହୋଇ ଆସୁଥିଲା। ଏ ନେଇ ମଙ୍ଗଳବାର ଜିଲା ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଖୋର୍ଦ୍ଧା ସହରରେ ଏକାଧିକ ନର୍ସିଂହୋମରେ ଚଢ଼ାଉ କରିଛନ୍ତି । ନର୍ସିଂହୋମ କୋଭିଡ ଗାଇଡଲାଇନ ପାଳନ କରୁଛନ୍ତି କି ନାହିଁ ପ୍ରଶାସନ ପକ୍ଷରୁ କଡ଼ାକଡ଼ି ଯାଞ୍ଚ ଚାଲିଛି ।