କାଉଡ଼ି ଯାତ୍ରା ସମୟରେ କୋଭିଡ ପ୍ରୋଟୋକଲ ପାଳନ-ଆରଟି ପିସିଆର ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ

ଲକ୍ଷ୍ନୌ,୧୩।୭: ଜୁଲାଇ ୨୫ରୁ ଆରମ୍ଭ ହେବାକୁ ଥିବା ପାରମ୍ପରିକ କାଉଡ଼ି ଯାତ୍ରା ପାଇଁ ଉତ୍ତରପ୍ରଦେଶ ସରକାର ପ୍ରସ୍ତୁତ ହେଲେଣି। ହେଲେ କରୋନାକୁ ଦୃଷ୍ଟିରେ ରଖି ଯାତ୍ରା ସମୟରେ କୋଭିଡ ପ୍ରୋଟୋକଲ ପାଳନ କରିବାକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆବଶ୍ୟକତା ଅନୁସାରେ ଆରଟି ପସିଆର ନେଗେଟିଭ୍‌ ରିପୋର୍ଟକୁ ବାଧ୍ୟତାମୂଳକ ଯାଞ୍ଚ କରାଯିବ ବୋଲି ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ କୋଭିଡ-୧୯ ଉପରେ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ବୈଠକ ପରେ କରୋନା ନିୟମ ପାଳନ କରି ପାରମ୍ପରିକ କାଉଡ଼ି ଯାତ୍ରାକୁ ସୂଚାରୁ ରୂପେ ସମ୍ପନ୍ନ କରିବାକୁ ଏକ ସରକାରୀ ବିବୃତ୍ତି ଜରିଆରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Share