ପୁରୁଷୋତ୍ତମପୁର,୬।୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ପରିସରରେ ଶନିବାର କୋଭିଡ ଟିକା ଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରଥମେ ତହସିଲଦାର ନିତିଶ କୁମାର ତ୍ରିପାଠୀ, ବିଡିଓ ବିଜୟ କୁମାର ବେହେରା, ଅତିରିକ୍ତ ତହସିଲଦାର ସୁନିଲ କୁମାର ଟୁଡୁ ପ୍ରମୁଖ ଟିକା ନେଇଛନ୍ତି। ପ୍ରଥମ ଦିନରେ ୧୧୦ ଜଣଙ୍କୁ ଟିକା ଦେବାର ଲକ୍ଷ୍ୟ ରଖାଯାଇଥିବା ସ୍ବାସ୍ଥ୍ୟ ବିଭାଗୀୟ କର୍ମଚାରୀଙ୍କଠାରୁ ଜଣାପଡିଛି।