ବଢ଼ିବ କୋଭିଶିଲ୍ଡର ଦ୍ୱିତୀୟ ଡୋଜ୍‌ ସମୟ ସୀମା…

ନୂଆଦିଲ୍ଲୀ,୧୩।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସ୍ଥିତି ସଙ୍କଟ ଜନକ ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶବ୍ୟାପୀ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଦେଶରେ ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌ ଏବଂ ସେରମ ଇନଷ୍ଟିଚ୍ୟୁଟର କୋଭିଶିଲ୍ଡ ଟିକା ଦାନ କରାଯାଉଛି। ପ୍ରଥମ ଡୋଜ୍‌ ନେବାର ୪ରୁ ୬ ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ୍‌ ନେବାକୁ ସରକାରଙ୍କ ପକ୍ଷରୁ ପୂର୍ବରୁ କୁହାଯାଇଥିଲା। ତେବେ କୋଭିଶିଲ୍ଡ୍‌ ଟିକା କ୍ଷେତ୍ରରେ ଏବେ ସମୟ ସୀମାକୁ ଏବେ ୧୨ରୁ ୧୬ ସପ୍ତାହକୁ ବୃଦ୍ଧି କରା ଯିବାଲାଗି ଜାତୀୟ ବୈଷୟିକ ପରାମର୍ଶ ସମୂହ (ଏନ୍‌ଟିଏଜିଆଇ) ପକ୍ଷରୁ ସରକାରଙ୍କ ପକ୍ଷରୁ ଗଠିତ ପ୍ୟାନେଲ ନିକଟରେ ସୁପାରିଶ୍‌ କରାଯାଇଛି। ଏହାକୁ ଅନୁମତି ମିଳିଲେ ଏଣିକି କୋଭିଶିଲ୍ଡର ଦ୍ୱିତୀୟ ଡୋଜ୍‌ ୩ରୁ ୪ ମାସ ମଧ୍ୟରେ ନେଇହେବ। କରୋନା ଆକ୍ରାନ୍ତ ସୁସ୍ଥ ହେବାର ୬ ମାସ ପରେ ଦ୍ୱିତୀୟ ଡୋଜ୍‌ ନେଇ ପାରିବେ ବୋଲି ଏନ୍‌ଟିଏଜିଆଇ ପ୍ରସ୍ତାବ ଦେଇଛି। ତେବେ କୋଭାକ୍ସିନ୍‌ର ସମୟ ସୀମା ପୂର୍ବ ଭଳି ସମାନ ରହିବ।

Share