Categories: ଜାତୀୟ

କୋଭିଶିଲ୍ଡର ଦ୍ୱିତୀୟ ଡୋଜ୍‌ ଅବଧି ବଢ଼ିଲା

ନୂଆଦିଲ୍ଲୀ, ୧୪ା୫: ସିରମ୍‌ ଇନ୍‌ଷ୍ଟିଚ୍ୟୁଟ ପ୍ରସ୍ତୁତ କୋଭିଶିଲ୍ଡ ଟିକା ପ୍ରଥମ ଡୋଜ୍‌ ନେବାର ୧୨ରୁ ୧୬ ସପ୍ତାହ ପରେ ଦ୍ୱିତୀୟ ଡୋଜ୍‌ ନେବାକୁ ସରକାରୀ କମିଟି ନ୍ୟାଶନାଲ ଟେକ୍‌ନିକାଲ ଆଡଭାଇଜରି ଗ୍ରୁପ୍‌ ଅନ୍‌ ଇମ୍ୟୁନାଇଜେଶନ (ଏନ୍‌ଟିଏଜିଆଇ) ଗୁରୁବାର ସୁପାରିସ କରିଥିଲା। କେନ୍ଦ୍ର ସରକାର ଉକ୍ତ ସୁପାରିସ୍‌କୁ ଗ୍ରହଣ କରିଛନ୍ତି। ପୂର୍ବରୁ ଦୁଇଟି ଡୋଜ୍‌ ମଧ୍ୟରେ ବ୍ୟବଧାନ ୬ରୁ ୮ ସପ୍ତାହ ରଖିବା ଲାଗି କୁହାଯାଇଥିଲା। ଏବେ ତାହାକୁ ୧୨ରୁ ୧୬ ସପ୍ତାହ ପର୍ଯ୍ୟନ୍ତ ବଢ଼ାଇବାକୁ ପରାମର୍ଶ ଦିଆଯାଇଛି। ତେବେ କୋଭାକ୍ସିନ ଟିକାର ଦୁଇଟି ଡୋଜ୍‌ ମଧ୍ୟରେ ବ୍ୟବଧାନରେ କୌଣସି ପରିବର୍ତ୍ତନ ହୋଇନାହିଁ। ସେହିପରି ଯେଉଁମାନେ କରୋନା ସଂକ୍ରମିତ ହୋଇଥିଲେ ଏବଂ ଟିକା ନେବା ପାଇଁ ଅପେକ୍ଷା କରିଛନ୍ତି, ସେମାନଙ୍କୁ ଆରୋଗ୍ୟ ହେବାର ୬ ମାସ ପରେ ଟିକା ନେବାକୁ ଏନ୍‌ଟିଏଜିଆଇ ପରାମର୍ଶ ଦେଇଛି। ଗର୍ଭବତୀ ମହିଳା ଯେକୌଣସି କୋଭିଡ୍‌ ଟିକା ନେଇପାରିବେ ଏବଂ ସ୍ତନ୍ୟପାନ କରାଉଥିବା ମହିଳା ଯେକୌଣସି ସମୟରେ ଟିକା ନେଇପାରିବେ ବୋଲି କୁହାଯାଇଛି।

Share