ଧର୍ମଗଡ଼,୧୬।୧: ଶନିବାର କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଆଗ ଧାଡିର କରୋନା ଯୋଦ୍ଧାଙ୍କୁ କୋଭିସିଲ୍ଡ ଟିକା ଦିଆଯାଇଛି। ଧର୍ମଗଡ଼ ଉପଜିଲାପାଳ ଟି.ଏସ୍ ଦିବାକରଙ୍କ ଉପସ୍ଥିତିରେ ଟିକା ଦେବାର ବ୍ୟବସ୍ଥା କରାଯାଇଥିଲା। ଟିକା ନେବା ପରେ କର୍ମଚାରୀଙ୍କୁ ଡାକ୍ତରଖାନାରେ ୩୦ ମିନିଟ ପର୍ଯ୍ୟନ୍ତ ନଜରରେ ରଖାଯାଇଥିଲା। ଧର୍ମଗଡ଼ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରଥମ ଦିନରେ ୬୯ଜଣ କରୋନା ଯୋଦ୍ଧାଙ୍କୁ ଟିକାକରଣ କରାଯାଇଥିବା ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।