Categories: ଜାତୀୟ

ଆସ୍ଥାଭୋଟ ହାରିବାର ୫ ଦିନ ପରେ ପୁଣି ଶପଥ ନେଲେ ଓଲି

କାଠମାଣ୍ଡୁ,୧୪।୫: ପାର୍ଲାମେଣ୍ଟରେ ଆସ୍ଥାଭୋଟ ହାରିବାର ୫ ଦିନ ପରେ ନେପାଳ ପ୍ରଧାନମନ୍ତ୍ରୀ ଭାବେ ପୁଣି କେ.ପି. ଶର୍ମା ଓଲି ଶୁକ୍ରବାର ଶପଥ ନେଇଛନ୍ତି। ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ୬୯ ବର୍ଷୀୟ ଓଲିଙ୍କୁ ଦେଶର ୪୩ତମ ପ୍ରଧାନମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ନେପାଳ ପ୍ରତିନିଧି ସଭାରେ ସର୍ବବୃହତ୍‌ ରାଜନୈତିକ ଦଳର ନେତା ଭାବେ ଓଲିଙ୍କୁ ଗୁରୁବାର ରାତିରେ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ ରାଷ୍ଟ୍ରପତି। ସିପିଏନ୍‌-ୟୁଏମ୍‌ଏଲ୍‌ ଅଧ୍ୟକ୍ଷ ଓଲି ଗତ ସୋମବାର ଆସ୍ଥାଭୋଟରେ ପରାଜିତ ହୋଇଥିଲେ। ଏବେ ସେ ପୁନର୍ବାର ପ୍ରଧାନମନ୍ତ୍ରୀ ପଦରେ ଅବସ୍ଥାପିତ ହୋଇଥିବାରୁ ୩୦ ଦିନ ମଧ୍ୟରେ ଗୃହରେ ସଂଖ୍ୟା ଗରିଷ୍ଠତା ଦେଖାଇବାକୁ ପଡ଼ିବ।

Share