ଢେଙ୍କାନାଳ ଅଫିସ, ୯।୧: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଢେଙ୍କାନାଳ ରାଜା କାମାକ୍ଷା ପ୍ରସାଦ ସିଂହଦେଓ (କେପି), ରାଣୀ ସାବିତ୍ରୀ ଦେବୀ ଏବଂ ଯୁବରାଜ ଅମରଜ୍ୟୋତି ସିଂହଦେଓ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶୁକ୍ରବାର କେପି ଏବଂ ସାବିତ୍ରୀ ଦେବୀ ଦିଲ୍ଲୀରୁ ଫେରିଥିଲେ। ଆଣ୍ଟିଜେନ୍ ଟେଷ୍ଟରୁ ଉଭୟଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ୩ଦିନ ତଳେ ଅମରଜ୍ୟୋତି ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ। ସମସ୍ତ ୩ ଜଣ ରାଜବାଟୀ ପରିସରରେ ସଙ୍ଗରୋଧରେ ଥିବା ଯୁବରାଜ ଅମରଜ୍ୟୋତି ସୂଚନା ଦେଇଛନ୍ତି।