Advertisement
Categories: ଜାତୀୟ

ଶଶି ଥରୁର କଂଗ୍ରେସର ଅତିଥି କଳାକାର: କଂଗ୍ରେସ ନେତା

ଥିରୁଭାନନ୍ତପୁରମ,୨୮।୮: କର୍ନାଟକ ପ୍ରଦେଶ କଂଗ୍ରେସ କମିଟି(କେପିସିସି)ର କାର୍ଯ୍ୟକାରୀ ଅଧ୍ୟକ୍ଷ ନିଜ ଦଳର ନେତା ଶଶି ଥରୁରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଶଶି କଂଗେଅସ ଦଳରେ ଜଣେ ଅତିଥି କଳାକାର ସଦୃଶ। ସୂଚନାଯୋଗ୍ୟ, କଂଗ୍ରେସ ଏମ୍‌ପି ଶଶି ଥରୁର ସେହି ୨୩ ବିଧାୟକଙ୍କ ମଧ୍ୟରେ ସାମିଲ ଅଛନ୍ତି ଯେଉଁମାନେ କଂଗ୍ରେସ ନେତୃତ୍ୱ ପରିବର୍ତ୍ତନ ପାଇଁ ଅସ୍ଥାୟୀ ଅଧ୍ୟକ୍ଷା ସୋସିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ। ଏହାପରେ କେରଳର କେତେଜଣ ନେତା ଥରୁରଙ୍କୁ ଏନେଇ ସମାଲୋଚନା କରିଥିଲେ। କେପିସିସିର କାର୍ଯ୍ୟକାରୀ ଅଧ୍ୟକ୍ଷ ଆହୁରି ମଧ୍ୟ କହିଛନ୍ତି ଥରୁର ନିଜ ଦଳର ନୀତିରେ ଚାଲିବାକୁ ଚେଷ୍ଟା କରନ୍ତୁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share