ଓ୍ବାଗନର ମୁଖ୍ୟଙ୍କୁ ଭେଟିଲେ ରୁଷିଆ ରାଷ୍ଟ୍ରପତି ପୁଟିନ

ମସ୍କୋ,୧୦।୭: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ୍ବାଗନର ଗ୍ରୁପର ମୁଖ୍ୟ ୟେଭେଗେନି ପ୍ରିଗୋଝିନଙ୍କୁ ସାକ୍ଷାତ କରିଛନ୍ତି। କ୍ରେମଲିନ ଏହି ସୂଚନା ଦେଇଛି। ପୂର୍ବରୁ ପ୍ରିଗୋଝିନ ପୁଟିନଙ୍କ ବିରୋଧରେ ଲଢିବାକୁ ଘୋଷଣା କରିଥିଲେ। ହେଲେ ବେଲାରୁଷର ମଧ୍ୟସ୍ଥତାରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଗଲା। ଏହାପରେ ଏମାନଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତକାର।

ୱାଗନର୍‌ ଗ୍ରୁପର ମୁଖ୍ୟ ପ୍ରିଗୋଝିନ କହିଛନ୍ତି ଯେ ତାଙ୍କର ସୈନ୍ୟମାନେ ରୁଷିଆ ବିମାନ ଉପରେ ଆକ୍ରମଣ କରିଛନ୍ତି। ସେ ଦାବି କରିଛନ୍ତି ଯେ ରୁଷିଆ ବିମାନ ମସ୍କୋ ଆଡକୁ ଯାଉଥିବା ତାଙ୍କ ସେନାଙ୍କ ଉପରେ ରକେଟ ଏବଂ ବୋମା ସାହାଯ୍ୟରେ ଆକ୍ରମଣ କରିଛନ୍ତି, ଫଳରେ ସେମାନଙ୍କୁ ରୋକାଯାଇ ପାରିବ। ରୁଷିଆ ବିମାନଗୁଡ଼ିକୁ ଗୁଳି ଚଳାଇବାକୁ ପଡିଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି।

Share