ସ୍ତ୍ରୀଙ୍କୁ ‘ବିରିୟାନୀ’ କହି ଟ୍ରୋଲ ହେଲେ କ୍ରିଷ୍ଣା

ବଦଳିଯାଇଛନ୍ତି କଶ୍ମୀରା ଶାହ। ନିଜର ବଡି ଟାନ୍ସଫର୍ମେଶନକୁ ନେଇ ସେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଯେକେହି ତାଙ୍କ ଏବେର ଫଟୋକୁ ଦେଖି ଘଡ଼ିଏ ଚାହୁଁଛନ୍ତି। ସେଥିରୁ ବା ସ୍ବାମୀ କ୍ରିଷ୍ଣା ଅଭିଶେକ ବର୍ତ୍ତିବେ କିଭଳି। କଶ୍ମୀରାଙ୍କ ନୂଆ ବୋଲ୍ଡ ଲୁକ୍‌ ଦେଖି ସେ ଚକିତ ହୋଇଯାଇଥିଲେ। ଏପରିକି ସେ ତାଙ୍କୁ କଳା ରଙ୍ଗର ମୋନୋକିନୀରେ ଦେଖି ‘ବିରିୟାନୀ’ ବୋଲି କହିଦେଇଥିଲେ। ହେଲେ ପ୍ରଶଂସକଙ୍କୁ ଏହା ପସନ୍ଦ ଆସିଲା ନାହିଁ। ବିଶେଷକରି ମହିଳାମାନେ ଏହାକୁ ବିରୋଧ କରିଥିବା ଦେଖାଯାଇଛି।

କ୍ରିଷ୍ଣା ସ୍ତ୍ରୀଙ୍କ ପୋଷ୍ଟରେ ଲେଖିଥିଲେ, ଯେତେବେଳେ ଆପଣଙ୍କ ଘରେ ବିରିୟାନୀ ଅଛି, ସେତେବେଳେ ଆପଣ ବାହାରେ ଡାଲିଭାତ କାହିଁକି ଖାଇବେ? ତୁମର ଏଭଳି ରୂପକୁ ଦେଖି ଗର୍ବ ଲାଗୁଛି। ଏହି କମେଣ୍ଟ ଦେଖି ବ୍ୟବହାରକାରୀ ବିରୋଧ କରିବାରେ ଲାଗିଥିଲେ। ଏପରିକି ଓଲଟାସିଧା ପ୍ରତିକ୍ରିୟା ଦେଇଥିଲେ। କଶ୍ମୀରାଙ୍କୁ ଏହା ପସନ୍ଦ ଆସି ନ ଥିଲା। ଫଳରେ ସେ ଟ୍ରୋଲର୍ସଙ୍କୁ କଡ଼ା ଜବାବ ଦେଇଛନ୍ତି। ପୂର୍ବରୁ ତାଙ୍କୁ ମୋଟି କହୁଥିବା ଲୋକେ ଏବେ ମୋ ସ୍ବାମୀଙ୍କ କଥାକୁ ନେଇ କଟାକ୍ଷ କରୁଛନ୍ତି। ସେ ମୋତେ କିଛି ବି କହିବାର ଅଧିକାର ରହିଛି ବୋଲି ସେ ଶୁଣାଇ ଦେଇଛନ୍ତି।

Share