ଜୀବନ ଯୁଦ୍ଧରେ ହାରିଗଲେ କୃଷ୍ଣ

ଝରିଗାଁ,୯।୧୨(କିଶୋର ଚନ୍ଦ୍ର ମଣ୍ଡଳ) ମକା ମିଲିଂ ବେଳେ ମେଶିନରେ ଡାହାଣ ଗୋଡ଼ ପଶି ଗୁରୁତର ଥିବା ନାବାଳଙ୍କ ଚିକିତ୍ସାଧୀନ ଅବସ୍ଥାରେ ବିଶାଖାପାଟଣାରେ ମୃତ୍ୟୁ ହୋଇଛି। ପରିବାର ଲୋକେ ଗାଡ଼ି ଭଡ଼ାକରି ମୃତଦେହ ଗାଁକୁ ଆଣୁଥିବା ତାଙ୍କ ସମ୍ପର୍କୀୟ ଭାଇ ବିଶୁ ମାଳି ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ମୁତାବକ, ରବିବାର କୃଷ୍ଣ ନିଜ ସମ୍ପର୍କୀୟଙ୍କ ମକା ମିଲିଂ କରିବା ପାଇଁ କିଛି ଲୋକଙ୍କ ସହ ଯାଇଥିଲେ। ସେତିକିବେଳେ ଘର ଲୋକେ କୃଷ୍ଣଙ୍କୁ ଯିବା ପାଇଁ ମନା କରିବା ସତ୍ତ୍ୱେ ସେ ଯାଇଥିଲେ।

ମକା ମିଲିଂ ଗାଡ଼ିରେ ମକା ପକାଇବା ପରେ ପ୍ରଥମ ଥର ମେଶିନ ଜାମ ହୋଇ ଯାଇଥିଲା। ଏହା ଦେଖି କୃଷ୍ଣ ଡାହାଣ ଗୋଡ଼ରେ ମକାଗୁଡିକୁ ଚାପିବା ପରେ ପୁଣି ମେଶିନ ଚାଲିଥିଲା। ଦ୍ୱତୀୟ ଥର ପୁଣି ମେଶିନ ଜାମ ହେବାରୁ କୃଷ୍ଣ ପୁଣି ମକାଗୁଡିକୁ ଗୋଡ଼ରେ ଚାପି ଥିଲେ। ସେତିକିବେଳେ ମେଶିନରେ କୃଷ୍ଣଙ୍କ ଗୋଡ଼ ପଶି ଯାଇଥିଲା। ଫଳରେ ଡାହାଣ ଗୋଡ଼ ଆଣ୍ଠୁଠାରୁ ତଳେ ହାଡ଼ ଓ ମାଂସ ଅଲଗା ହୋଇଯାଇଥିଲା।

ପରିବାର ଲୋକେ ଗୁରୁତର ଅବସ୍ଥାରେ କୃଷ୍ଣଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଆମ୍ବୁଲାନ୍ସରେ ହିଁ ପ୍ରାଥମିକ ଚିକିତ୍ସା କରି ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ସେଠାରୁ ତାଙ୍କୁ ବିଶାଖାପାଟଣା ନିଆଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ କୃଷ୍ଣଙ୍କ ମୃତ୍ୟୁ ଘଟିଥିବା ସମ୍ପର୍କୀୟ ପ୍ରକାଶ କରିଛନ୍ତି। କୃଷ୍ଣ ଝରିଗାଁ ହାଇସ୍କୁଲର ନବମ ଶ୍ରେଣୀରେ ପଢୁଥିଲେ। କୃଷ୍ଣଙ୍କ ମୃତ୍ୟୁ ଖବର ପାଇ ଗାଁରେ ଶୋକର ଛାୟା ଖେଳି ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ଡ୍ୟୁଟି କରିବାକୁ ଯାଉଥିଲେ, ବାଟରେ ଛକି ବସିଥିଲା ଯମ

ଅନୁଗୋଳ,୨୦।୧୨: ଡ୍ୟୁଟି ପାଇଁ ଯାଉଥିବା ବେଳେ ଦୁଇ ଜଣଙ୍କ ଉପରେ ମାଡ଼ିଗଲା ଟ୍ରକ। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ଅନୁଗୋଳ...

ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ:ଧାରଣା ଦେଲେ ପଞ୍ଚାୟତବାସୀ

ଲାଞ୍ଜିଗଡ଼,୨୦।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ କୁମଖାଳ ଗ୍ରାମ ପଞ୍ଚାୟତରେ ଥିବା ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ସ୍ବାସ୍ଥ୍ୟକର୍ମୀ, କର୍ମଚାରୀ ନିୟମିତ ରହୁ ନ ଥିବା...

ଯୁବକଙ୍କୁ ନୃଶଂସ ଭାବରେ ହତ୍ୟା କଲେ ଦୁଇ ଭାଇ

ଥୁଆମୂଳ ରାମପୁର,୨୦/୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଟେଭାକଲମ ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ବିବାହିତ ଯୁବକ...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଭୁଜାଲିରେ ଆକ୍ରମଣ: ଜଣେ ଗୁରୁତର

ଆନନ୍ଦପୁର ୨୦।୧୨(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ କଣ୍ଟିପାଳ ପଞ୍ଚାୟତ କଣ୍ଟିପାଳ ଖିଲାର ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆଜି ସକାଳୁ ବିଜୁ...

ପଦଚ୍ୟୁତ ହେଲେ ବାଲସି ସରପଞ୍ଚ: ନାଏବ ସରପଞ୍ଚ ତୁଲାଇବେ ସରପଞ୍ଚଙ୍କ ଦାୟିତ୍ୱ

କେସିଙ୍ଗା,୨୦।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ସରପଞ୍ଚ ଭାରତୀ ସୁନାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଗୃହୀତ ପାଇଁ ଗତ ୨୮...

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଖତ ଖାଉଛି ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୦ା୧୨ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଦୁଇଗୋଟି ପୁରୁଣା ସରକାରୀ ଆମ୍ବୁଲାନ୍ସ ଦୀର୍ଘବର୍ଷ ହେଲା ମେଡିକାଲ ପରିସରରେ...

ଚିଲିକାରେ ୬ଲକ୍ଷ ବିଦେଶାଗତ ପକ୍ଷୀ:ଜାନୁଆରୀ ୧୭ରେ ପକ୍ଷୀ, ୨୧ରେ ଡଲ୍‌ଫିନ ଗଣନା

ବାଲୁଗଁା,୨୦ା୧୨(ସଂଗ୍ରାମ ପାଇକରାୟ):ଶୀତର ପ୍ରକୋପ ବଢ଼ିଥିବା ବେଳେ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ମଧ୍ୟ ଆଗମନ ବଢ଼ିଛି। ଗତ ୧୮ତାରିଖ ତଥା ବୁଧବାର ସୁଦ୍ଧା ଚିଲିକାରେ ୧୦୨ ପ୍ରଜାତିର...

ଚାକିରିରୁ ବଞ୍ଚିତ ପ୍ରାର୍ଥୀଙ୍କୁ ଓପିଏସ୍‌ସି ଦେବ ୧ ଲକ୍ଷ କ୍ଷତିପୂରଣ

କଟକ,୨୦ା୧୨ (କାର୍ତ୍ତିକ ସାହୁ):ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)ର ତ୍ରୁଟି ଯୋଗୁ ୫ ବର୍ଷ ଧରି ଓଏଏସ୍‌ ଚାକିରିରୁ ବଞ୍ଚତ୍ତ ଜଣେ ଯୋଗ୍ୟ ପ୍ରାର୍ଥୀଙ୍କୁ ତାଙ୍କର ପ୍ରାପ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri