ବିବାହ ବନ୍ଧନରେ ବାନ୍ଧି ହେଲେ ‘ୟେ ହୈ ମହବତୈଁ’ ଫେମ୍‌ କୃଷ୍ଣା ମୁଖାର୍ଜୀ

ମୁମ୍ବାଇ: ଟେଲି ଧାରାବାହିକ ‘ୟେ ହୈ ମହବତୈଁ’  ଫେମ୍‌ କୃଷ୍ଣା ମୁଖାର୍ଜୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ତାଙ୍କର ପ୍ରେମିକ ଚିରାଗ ବଟଲିୱାଲାଙ୍କ ସହ ସାତଫେରା ନେଇଛନ୍ତି। ମାର୍ଚ୍ଚ ୧୩ରେ ଉଭୟ ପ୍ରଥମେ ବଙ୍ଗାଳୀ ରୀତିନୀତିରେ ବିବାହ କରିଥିଲେ। ପରେ ତାଙ୍କ ସ୍ବାମୀଙ୍କ ଧର୍ମ ଅନୁଯାୟୀ ପାର୍ସୀ ରୀତିନୀତିରେ ବିବାହ କରିଛନ୍ତି। ବର୍ତ୍ତମାନ ବିବାହର ଫଟୋ ସାମ୍ନାକୁ ଆସିଛି। ଦୁହେଁ ବିବାହ ପୋଷାକରେ ବହୁତ ସୁନ୍ଦର ଦେଖାଯାଉଥିଲେ। ବିବାହରେ ତାଙ୍କ ପରିବାର ଲୋକ ସମେତ କୃଷ୍ଣାଙ୍କର କିଛି ବିଶେଷ ବନ୍ଧୁ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।

Share