Categories: ଖେଳ

କ୍ରିଷ୍ଣା ପୁନିଆଙ୍କୁ କରୋନା

ନୂଆଦିଲ୍ଲୀ, ୧୯ା୪(ପି.ଟି.)-ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜୟିନୀ କ୍ରିଷ୍ଣା ପୁନିଆ କରୋନା ସଂକ୍ରମିତ ହୋଇଛନ୍ତି। ରବିବାର ହୋଇଥିବା କୋଭିଡ୍‌ ଟେଷ୍ଟରେ ତାଙ୍କର ପଜିଟିଭ ଆସିଛି। ୪୩ ବର୍ଷୀୟା କ୍ରିଷ୍ଣା ୨୦୧୦ ଦିଲ୍ଲୀ ଗେମ୍ସ ମହିଳା ଡିସ୍‌କସ୍‌ ଥ୍ରୋ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଚିକିତ୍ସା ପାଇଁ ସେ ରାଜସ୍ଥାନ ୟୁନିଭର୍ସିଟି ଅଫ୍‌ ହେଲ୍‌ଥ ସାଇନ୍‌ସେସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସାମାନ୍ୟ ଜ୍ୱର ଓ କଫ ଅନୁଭବ କରିବାରୁ ପୁନିଆ ଶନିବାର କରୋନା ଟେଷ୍ଟ କରାଇଥିଲେ। ଫଳାଫଳ ନେଗେଟିଭ୍‌ ଆସିଥିଲା। ପରେ ରାଜସ୍ଥାନ ୟୁନିଭର୍ସିଟି ଅଫ୍‌ ହେଲ୍‌ଥ ସାଇନ୍‌ସେସ ହସ୍ପିଟାଲରେ ସିଟି ସ୍କାନ କରିବା ପରେ ତାଙ୍କର ପଜିଟିଭ ଆସିଥିଲା ବୋଲି ତାଙ୍କ ସ୍ବାମୀ ବୀରେନ୍ଦ୍ର ପୁନିଆ ପ୍ରକାଶ କରିଛନ୍ତି। କ୍ରିଷ୍ଣା ରାଜସ୍ଥାନର ସାଦୁଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ବିଧାୟିକା ଅଛନ୍ତି। ବର୍ତ୍ତମାନ ସେ ଡାକ୍ତରଖାନାରେ କିଛି ଦିନ ରହି ଚିକିତ୍ସିତ ହେବେ। ୫ ଦିନ ପରେ ତାଙ୍କର କୋଭିଡ୍‌ ଟେଷ୍ଟ ହେବ। ବୀରେନ୍ଦ୍ର କିଛିମାସ ପୂର୍ବେ କରୋନା ଆକ୍ରାନ୍ତ ହୋଇ ଆରୋଗ୍ୟ ଲାଭ କରିଛନ୍ତି।

Share