ବ୍ରେକ୍‌ଅପ୍‌କୁ ମାସେ ପୁରିନି, ନୂଆ ପ୍ରେମିକଙ୍କୁ ନେଇ ଚର୍ଚ୍ଚାରେ ଟାଇଗରଙ୍କ ଭଉଣୀ

ବମ୍ବେ: କେତେବେଳେ ପ୍ରେମ ତ କେତେବେଳେ ବିଚ୍ଛେଦକୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଭଉଣୀ କ୍ରିଷ୍ଣା। ନଭେମ୍ବରରେ ସେ ପ୍ରେମିକ ଏବନ ହାୟମ୍ସଙ୍କ ସହ ବ୍ରେକ୍‌ଅପ୍‌ କରିଥିଲେ। ହେଲେ ଏବେ ତାଙ୍କ ଜୀବନରେ ଆଉ ଜଣେ ମଣିଷ ଆସିଛନ୍ତି। ସେ ହେଲେ ନୁସରେତ୍‌ ଗୋକ୍ସେ। ପେସାରେ ନୁସରେତ୍‌ ଜଣେ ତୁର୍କି ସେଫ୍‌। ତାଙ୍କର ନିଜର ରେଷ୍ଟୁରାଣ୍ଟ ରହିଛି। କ୍ରିଷ୍ଣା ନିଜର ସୋସିଆଲ ପୃଷ୍ଠାରେ ଶେୟାର କରିଛନ୍ତି ଉଭୟଙ୍କ ଫଟୋ। ନୁସରତ୍‌ଙ୍କ ଗାଲକୁ କୃଷ୍ଣା ଚୁମ୍ବନ ଦେଉଥିବାରୁ କଥା ବହୁତ ଆଗକୁ ବଢ଼ିଗଲାଣି ବୋଲି କୁହାଯାଉଛି। ନୁସରେତ୍‌ଙ୍କ ସହ କୃଷ୍ଣାଙ୍କ ଫଟୋ ଦେଖି ପୂର୍ବ ପ୍ରେମିକ ଏବନ୍‌ ଚକିତ ହେବା ସହ ବହୁତ ଶୀଘ୍ର ଆଗକୁ ବଢ଼ିଗଲ ବୋଲି କମେଣ୍ଟ କରିଛନ୍ତି।

Share