ନୂଆଦିଲ୍ଲୀ, ୧୩।୮: ସୁପ୍ରିମକୋର୍ଟରେ ମଙ୍ଗଳବାର ଜଣେ ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି ବେଳେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏସ୍.ଏ. ବୋବ୍ଡେଙ୍କ ମନ୍ତବ୍ୟ ହାସ୍ୟରୋଳ ସୃଷ୍ଟି କରିଥିଲା। ସିଜେଆଇ ଆବେଦନକାରୀଙ୍କୁ କହିଥିଲେ, ଜନ୍ମାଷ୍ଟମୀରେ ଭଗବାନ କୃଷ୍ଣ ବନ୍ଦୀଶାଳାରେ ଜନ୍ମଗ୍ରହଣ କରିଥିଲେ। ଏଭଳି ଦିନରେ ତୁମେ ଜେଲ୍ରୁ ବାହାରିବାକୁ ଚାହୁଁଛ କି ବୋଲି ସେ ପ୍ରଶ୍ନ କରିଥିଲେ। ଆବେଦନକାରୀଙ୍କ ଓକିଲ ହଁ କହିବାରୁ ସିଜେଆଇ କହିଥିଲେ, ଭଲ କଥା ତୁମେ ଧର୍ମ ସହ ଅତିମାତ୍ରାରେ ଜଡ଼ିତ ନାହଁ। ଜାମିନ ମଞ୍ଜୁର ହେଲା। ୨୫,୦୦୦ ଟଙ୍କାର ବଣ୍ଡ୍ ଦାଖଲ କର। ମହାରାଷ୍ଟ୍ରର ଧର୍ମେନ୍ଦ୍ର କରନସିଂ ଭାଲ୍ଭିଙ୍କ ଜାମିନ ଆବେଦନର ଶୁଣାଣି ବେଳେ ସିଜେଆଇ ଏଭଳି ମଜା କରିଥିଲେ।