Categories: ଖେଳ

କୃଷ୍ଣଙ୍କ କୀର୍ତ୍ତିମାନ, ଓଡ଼ିଶାକୁ ୪ ପଦକ

ଭୁବନେଶ୍ୱର, ୧୯।୭(ତପନ ସ୍ବାଇଁ): ଆନ୍ଧ୍ରପ୍ରଦେଶର ରାଜମଠାରେ ଅନୁଷ୍ଠିତ ଜାତୀୟ ମାଷ୍ଟର୍ସ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶା ୪ଟି ପଦକ ହାସଲ କରିଛି। ୧୩ ଜଣିଆ ଦଳର ଅନ୍ୟତମ ସଦସ୍ୟ କୃଷ୍ଣଚନ୍ଦ୍ର ସାହୁ ମୋଟ ୫୩୫ କେଜି ଉତ୍ତୋଳନ କରି ରୌପ୍ୟ ପଦକ ପାଇଛନ୍ତି। ସେ ସ୍କ୍ବାଟ୍‌ରେ ୨୨୫ କେଜି ଉତ୍ତୋଳନ କରି ମାଷ୍ଟର-୨ର ୮୩କେଜି ବର୍ଗରେ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏହାଛଡ଼ା ମାଷ୍ଟର ବର୍ଗରେ ସେ ତୃତୀୟ ଶ୍ରେଷ୍ଠ ଶକ୍ତି ଉତ୍ତୋଳକ ବିବେଚିତ ହୋଇଛନ୍ତି। ମହିଳା ମାଷ୍ଟର-୨ର ୮୪ କେଜି ବର୍ଗରେ ଗୀତାଞ୍ଜଳି ନାୟକ ରୌପ୍ୟ ପଦକ ପାଇଛନ୍ତି। ସେ ୨୩୦ କେଜି ଉତ୍ତୋଳନ କରିଛନ୍ତି। ମାଷ୍ଟର-୨ର ୫୯କେଜିରେ ସୁଜିତ କୁମାର ଗିରି ମୋଟ ୩୩୨.୫ କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେହିପରି ମାଷ୍ଟର-୩ର ୬୬କେଜି ବିଭାଗରେ ନାରାୟଣ ସେଠୀ ୨୫୫ କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ପାଇଛନ୍ତି। ମାଷ୍ଟର-୧ ବର୍ଗର ୭୬ କେଜିରେ ୩୧୫ କେଜି ଉତ୍ତୋଳନ କରି ସର୍ମିଷ୍ଠା ସେନାପତି ୪ର୍ଥ ସ୍ଥାନରେ ରହି ଅଳ୍ପକେ ପଦକ ହାସଲରୁ ବଞ୍ଚତ୍ତ ହୋଇଛନ୍ତି। ଦଳ ସହ କୋଚ୍‌ ରାକେଶ ଶତପଥୀ ଓ ମ୍ୟାନେଜର ସତ୍ୟଜିତ ପଟ୍ଟନାୟକ ଆନ୍ଧ୍ର ଯାତ୍ରା କରିଥିଲେ। କୃତୀ ପ୍ରତିଯୋଗୀଙ୍କୁ ଓଡ଼ିଶା ରାଜ୍ୟ ଶକ୍ତି ଉତ୍ତୋଳନ ସଂଘ ସମ୍ପାଦକ ହରିପ୍ରସାଦ ପଟ୍ଟନାୟକ ଓ ଅନ୍ୟ କର୍ମକର୍ତ୍ତାମାନେ ଅଭିନନ୍ଦନ ଜଣାଇଛନ୍ତି।

Share