ଭାବୁକ ହୋଇଗଲେ କ୍ରିତି

ପାଖାପାଖି ୧୫ ବର୍ଷ ପରେ ନିଜ ସ୍କୁଲକୁ ଯାଇ ଭାବୁକ ହୋଇପଡ଼ିଛନ୍ତି ବଲିଉଡ୍‌ ଅଭିନେତ୍ରୀ କ୍ରିତି ସାନନ। ହିନ୍ଦୀ ଫିଲ୍ମ ‘ଭେଡିଆ’ ନିକଟରେ ମୁକ୍ତିଲାଭ କରିଥିବାବେଳେ ଏହାର ପ୍ରମୋଶନ୍‌ରେ ବ୍ୟସ୍ତ କ୍ରିତି ଓ ନାୟକ ବରୁଣ ଧଓ୍ବନ। ଦିଲ୍ଲୀରେ ବର୍ତ୍ତମାନ ଫିଲ୍ମର ପ୍ରମୋଶନ୍‌ ଚାଲିଥିବାବେଳେ କ୍ରିତିଙ୍କୁ ତାଙ୍କ ସ୍କୁଲ ଡିପିଏସ୍‌ ଆର୍‌.କେ ପୁରାମ ଯିବାର ସୁଯୋଗ ମିଳିଥିଲା। ଏଥିସହ କ୍ରିତି ପୁରୁଣା ସ୍ମୃତି ସବୁ ମନେପକାଇବା ସହ ସେ ଇମୋଶନାଲ ହୋଇପଡ଼ିଥିଲେ। ଏ ନେଇ କ୍ରିତି ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଯେଉଁଥିରେ ସେ ୧୫ ବର୍ଷ ପରେ ନିଜ ସ୍କୁଲକୁ ଯାଇଥିବା କହିଛନ୍ତି। ପ୍ରେକ୍ଷାଳୟରେ ଭେଡିଆକୁ ଦର୍ଶକଙ୍କ ଖୁବ୍‌ ଭଲପାଇବା ମିଳୁଥିବାର ଦେଖାଯାଉଛି। ସେହିପରି ଆଗାମୀ ଦିନରେ କ୍ରିତିଙ୍କ ଅଭିନୀତ ‘ଶେହଜାହା’ ରିଲିଜ୍‌ ହେବ। ନିକଟରେ ଏହାର ଟିଜର ଆଉଟ୍‌ ହୋଇଛି। ଫିଲ୍ମରେ କ୍ରିତିଙ୍କ ସହ ସ୍କ୍ରିନ୍‌ ଶେୟାର କରିଛନ୍ତି କାର୍ତ୍ତିକ ଆର୍ଯ୍ୟାନ।

Share