ହଲ୍‌ ଛାତରେ ନାଚିଲେ କ୍ରିତି

ମୁମ୍ବାଇ: ନିଜର ଅପ୍‌କମିଂ ଫିଲ୍ମ ‘ଭେଡିଆ’ର ପ୍ରମୋଶନ୍‌ରେ ଏବେ ବ୍ୟସ୍ତ ବଲିଉଡ୍‌ ଅଭିନେତ୍ରୀ କ୍ରିତି ସାନନ୍‌। ଶୁକ୍ରବାର ଫିଲ୍ମର ପ୍ରମୋଶନ୍‌ କରିବା ସମୟରେ କ୍ରିତି ମୁମ୍ବାଇର ଗେଟି ଗାଲାକ୍ସି ଥିଏଟର ଛାତ ଉପରେ ନାଚୁଥିବାର ଦେଖିବାକୁ ମିଳିଛି। ତେବେ ଖାଲି କ୍ରିତି ନୁହେଁ ଫିଲ୍ମର ଅଭିନେତା ବରୁଣ ଧଓ୍ବନ ମଧ୍ୟ କ୍ରିତିଙ୍କ ସହ ତାଳ ମିଶାଇ ନାଚୁଥିବାର ଦେଖିବାକୁ ମିଳିଛି। ଫିଲ୍ମର ଗୀତ ‘ଠୁମ୍‌କେଶ୍ୱରୀ’ରେ ଦୁହେଁ ନାଚୁଥିବାବେଳେ ସେମାନଙ୍କ ନାଚ ଦେଖିବା ପାଇଁ ଥିଏଟର ବାହାରେ ଅନେକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏହା ଏକ ହରର-କମେଡି ଫିଲ୍ମ ହୋଇଥିବାବେଳେ ଅମର କୌଶିକ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମରେ ଉନ୍ନତମାନର ଭିଏଫ୍‌ଏକ୍ସର ବ୍ୟବହାର କରାଯାଇଥିବାବେଳେ ଦର୍ଶକ ଫିଲ୍ମକୁ ପସନ୍ଦ କରିବେ ବୋଲି ନିର୍ଦ୍ଦେଶକଙ୍କ ଆଶା ରହିଥିବା ସେ କହିଛନ୍ତି। ନଭେମ୍ବର ୨୫ରେ ଫିଲ୍ମଟି ପ୍ରେକ୍ଷାଳୟକୁ ଓହ୍ଲାଇବାକୁ ଥିବାବେଳେ ଏହା ହିନ୍ଦୀ, ତେଲୁଗୁ ଓ ତାମିଲ ଭାଷାରେ ମୁକ୍ତିଲାଭ କରିବ ।

Share