ଗୁଜବକୁ ଖଣ୍ଡନ କଲେ କ୍ରିତି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ରିତି ସାନନ୍‌ ଏବଂ ଅଭିନେତା ପ୍ରଭାସଙ୍କ ନିର୍ବନ୍ଧକୁ ନେଇ କିଛିଦିନ ହେବ ବିଭିନ୍ନ କଥା ଶୁଣିବାକୁ ମିଳୁଥିଲା। ଫିଲ୍ମ ‘ଭେଡିଆଁ’ର ପ୍ରମୋଶନ ପରେ ଏହି ଖବର ନେଇ ଚର୍ଚ୍ଚା ଜୋରଧରିଛି। ଦୁହିଁଙ୍କ ମଧ୍ୟରେ କ’ଣ ସମ୍ପର୍କ ରହିଛି ସେ ନେଇ କ୍ରିତି ମୁହଁ ଖୋଲିଛନ୍ତି। ସେ ଇନ୍‌ଷ୍ଟାଗ୍ରାମ ଜରିଆରେ ଏକ ପୋଷ୍ଟ ଶେୟାର କରି ପ୍ରଭାସଙ୍କ ସହ ବିବାହ ଖବରକୁ ଖଣ୍ଡନ କରିଛନ୍ତି। ସେ ପୋଷ୍ଟରେ ଲେଖିଛନ୍ତି, ‘ଗୁଜବ ସମ୍ପୂର୍ଣ୍ଣ ଭିତ୍ତିହୀନ’। ଏଥିସହ ପ୍ରଭାସଙ୍କ ଟିମ୍‌ ମଧ୍ୟ ଏହି ଗୁଜବକୁ ଖଣ୍ଡନ କରିଛି। ସେମାନେ କହିଛନ୍ତି, ପ୍ରଭାସ ଏବଂ କ୍ରିତି କେବଳ ଭଲ ବନ୍ଧୁ, ସେମାନଙ୍କ ମଧ୍ୟରେ ପ୍ରେମସମ୍ପର୍କ ସମ୍ପୂର୍ଣ୍ଣ ଗୁଜବ। ନିର୍ବନ୍ଧ କଥା ପୂରା ମିଥ୍ୟା ବୋଲି ଟିମ୍‌ କହିଛନ୍ତି। ପୂର୍ବରୁ ମଧ୍ୟ ପ୍ରଭାସ ଏ ଗୁଜବକୁ ଖଣ୍ଡନ କରିଛନ୍ତି। ତେବେ ପ୍ରଭାସ ଏବଂ କ୍ରିତି ଦୁହେଁ ପ୍ରଥମ ଥର ପାଇଁ ‘ଆଦିପୁରୁଷ’ରେ ସ୍କ୍ରିନ୍‌ ଶେୟାର କରିବେ। ଏହି ଫିଲ୍ମରେ ସେମାନଙ୍କ ବ୍ୟତୀତ ଅମିତାଭ ବଚ୍ଚନ, କାଜୋଲ୍‌, ସୈଫ୍‌ଅଲି ଖାନ୍‌ ମୁଖ୍ୟ ଚରିତ୍ରରେ ନଜରକୁ ଆସିବେ। ସିନେମା ଆସନ୍ତା ଜୁନ୍‌ ୧୬ରେ ବଡ଼ ପରଦାରେ ମୁକ୍ତିଲାଭ କରିବ।

Share