ଦୋଛକିରେ କ୍ରିତି

କ୍ରିତି ସାନନ ଏବେ ଦୋଛକିରେ ପଡ଼ିଯାଇଛନ୍ତି। କାରଣ ତାଙ୍କୁ ମିଳିଥିବା ଏକ ନୂଆ ଅଫରରେ ସେ ଦୁଇଟି ଭୂମିକାରେ ଅଭିନୟ କରିବେ। ସେଥିରେ ପୁଣି ଗୋଟିଏ ଭୂମିକା ଦିବ୍ୟାଙ୍ଗ। ତେଣୁ ଏଭଳି ଭୂମିକା ଦ୍ୱୟକୁ କିପରି ତୁଲାଇବେ ସେ ନେଇ ଅଡୁଆରେ ପଡ଼ିଯାଇଛନ୍ତି। ”ମୋତେ ଯେତେବେଳେ ଏହି ଅଫର ମିଳିଳା ଏବଂ ନିଜ ଭୂମିକା ବିଷୟରେ ପ୍ରଯୋଜକ ମୋତେ ଅବଗତ କଲେ, ଏ ନେଇ କି ନିଷ୍ପତ୍ତି ନେବି ଅଡୁଆରେ ପଡ଼ିଯାଇଥିଲି। ତଥାପି ଏଥିପାଇଁ ପ୍ରଯୋଜକ ମୋତେ ଦୁଇ ସପ୍ତାହ ସମୟ ଦେଇଛନ୍ତି। ଭୂମିକା ଦ୍ୱୟକୁ ତୁଲାଇବା ଏତେ ସହଜ ନୁହେଁ। ତଥାପି ଭାବୁଛି ଯଦି ମୁଁ ରିସ୍କ ନିଏ, ତେବେ ସଫଳ ହେବି। ହେଲେ ଏ ନେଇ ମାନସିକ ସ୍ତରରେ ମୋତେ ପ୍ରସ୍ତୁତ ହେବାକୁ ପଡ଼ିବ ବୋଲି କହିଛନ୍ତି କ୍ରିତି।“ ଏହି ଅଫରକୁ ବାଦ୍‌ ଦେଲେ ଆଉ ଦୁଇଟି ସିନେମାରେ ଅଭିନୟ କରିବାକୁ କଥାବାର୍ତ୍ତା ଚାଲିଛି ବୋଲି ସୂଚନା ଦେଇଛନ୍ତି।

Share