ଅସୁସ୍ଥ ଅଛନ୍ତି କ୍ରିତି

ମୁମ୍ବାଇ: ବଲିଉଡ୍ ନାୟିକା କ୍ରିତି ଖରବନ୍ଦା ଏବେ ଅସୁସ୍ଥ ଥିବା ଜଣାପଡିଛି । ଅବଶ୍ୟ ଏକଥା ସେ ନିଜେ ଜଣାଇଛନ୍ତି । ଏଥିପାଇଁ ସେ ସୋସିଆଲ ମିଡିଆର ସାହାରା ନେଇଛନ୍ତି । ନିକଟରେ ସେ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି ତାଙ୍କୁ ମ୍ୟାଲେରିଆ ହୋଇଛି ବୋଲି । ଆଉ ଏହା ହେଉଛି ତାଙ୍କ ମ୍ୟାଲେରିଆ ସମୟର ଫଟୋ । ତେବେ ଏହାକୁ ନେଇ ତାଙ୍କ ପ୍ରଶଂସକ ବ୍ୟସ୍ତ ହେବା ଦରକାର ନାହିଁ । କାରଣ ଏବେ ସେ ସାମାନ୍ୟ ସୁସ୍ଥ ଅନୁଭବ କରୁଛନ୍ତି ଆଉ ଦିନେ ଦୁଇଦିନ ପରେ ସେ ସୁସ୍ଥ ହୋଇଯିବେ ବୋଲି ଆଶା ବି ରଖିଛନ୍ତି । ତେବେ କ୍ରିତିଙ୍କ ଅସୁସ୍ଥତା ସମ୍ପର୍କରେ ଜାଣିବା ପରେ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହାସହ ନିଜର ଯତ୍ନ ନେବାକୁ ମଧ୍ୟ କମେଣ୍ଟସ୍‌ରେ ଲେଖିଛନ୍ତି । ମ୍ୟାଲେରିଆ ଯୋଗୁ ଘରେ ବସି ବସି ସେ ବୋର ହୋଇଯିବା ଲେଖିବା ସହ ତାଙ୍କୁ ମିମସ୍ ପଠାଇବାକୁ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ମ୍ୟାଲେରିଆ ମୋତେ ଧୈର୍ଯ୍ୟ ଓ ନିଜକୁ ଭଲପାଇବା ଶିଖାଇଦେଲା । ତେଣୁ ମୁଁ ଖୁବ୍‌ଶୀଘ୍ର ସୁସ୍ଥ ହୋଇଯିବି । ସୁସ୍ଥ ହେବା ପରେ ସେ ଖୁବ୍‌ଶୀଘ୍ର କାମରେ ଯୋଗ ଦେବେ ବୋଲି ମଧ୍ୟ କହିଛନ୍ତି ।

Share