ଅମିତାଭଙ୍କୁ ମାସକୁ ୧୦ ଲକ୍ଷ ଟଙ୍କା ଦେବେ କ୍ରୀତି ସାନନ, କାରଣ…

ମୁମ୍ବାଇ:ବଲିଉଡ୍‌ ଅଭିନେତ୍ରୀ କ୍ରୀତି ସାନନ ବିଗ୍‌-ବି ଅମିତାଭ ବଚ୍ଚନଙ୍କୁ ମାସକୁ ୧୦ ଲକ୍ଷ ଟଙ୍କା ଦେବେ। ଏହାର କାରଣ ଜାଣିବାକୁ ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଉଠୁଥିବ। ତେବେ କ୍ରୀତି ଅମିତାଭଙ୍କୁ ମାଗଣାରେ ଏତେ ପରିମାଣର ଟଙ୍କା ଦେବେନି। ଅମିତାଭଙ୍କ ମୁମ୍ବାଇସ୍ଥିତ ଅନ୍ଧେରୀରେ ଥିବା ଡୁପ୍ଲେକ୍ସ ଆପାର୍ଟମମେଣ୍ଟକୁ ଭଡ଼ା ନେଇଛନ୍ତି। ଏହାର ପ୍ରତିବଦଳରେ କ୍ରୀତି ଅମିତାଭଙ୍କୁ ମାସକୁ ୧୦ ଲକ୍ଷ ଟଙ୍କା ଭଡ଼ା ଆକାରରେ ଦେବେ। ଅମିତାଭଙ୍କ ଏହି ଆପାର୍ଟମେଣ୍ଟ ଅନ୍ଧେରୀର ପଶ୍ଚିମର ଲୋଖଣ୍ଡୱାଲା ରୋଡ୍‌ରେ ଅବସ୍ଥିତ।

ଏକ ରିପୋର୍ଟ ଅନୁଯାୟୀ, ବିଗ ବି’ଙ୍କର ଏହି ଡୁପ୍ଲେକ୍ସ ଆପାର୍ଟମେଣ୍ଟ ଆଲଟାଣ୍ଟିସ ବିଲ୍ଡିଂର ୨୭ ଏବଂ ୨୮ ମହଲାରେ ଅବସ୍ଥିତ। ଏଥିପାଇଁ କ୍ରୀତି ୬୦ ଲକ୍ଷ ଟଙ୍କା ସିକ୍ୟୁରିଟି ଜମା ଭାବରେ ଦେଇଛନ୍ତି। ଏହି ଅଭିନେତ୍ରୀ ଅମିତାଭଙ୍କ ଡୁପ୍ଲେକ୍ସ ଆପାର୍ଟମେଣ୍ଟକୁ ଦୁଇ ବର୍ଷ ପାଇଁ ଭଡ଼ାରେ ଦେଇଛନ୍ତି। ଏହି ବର୍ଷ ନଭେମ୍ବର ୧୨ରେ ଭଡ଼ା ଏବଂ ଲାଇସେନ୍ସ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଦଲିଲ ଅନୁଯାୟୀ, ୧୬ ଅକ୍ଟୋବର ୨୦୨୧ରୁ ୧୫ଅକ୍ଟୋବର୨୦୨୩ ପର୍ଯ୍ୟନ୍ତ ଲିଜ୍‌ ଅବଧି ଅଟେ।

Share