ପ୍ରଶଂସକଙ୍କୁ ମତୁଆଲା କରୁଛି କ୍ରିତିଙ୍କ ନୂଆ ଲୁକ୍‌

ମୁମ୍ବାଇ: ଏ ଆର୍ ରେହେମନଙ୍କ ସୁପରହିଟ୍ ଟ୍ରାକ୍ ‘ପରମ ସୁନ୍ଦରୀ’ ରୁ କ୍ରିତି ସାନନ ପୁଣିଥରେ ତେହେଲକା ମଚେଇବାକୁ ଆସିଯାଇଛନ୍ତି । ଏଥର ତାଙ୍କ ସହ ଅଛନ୍ତି ରାଜକୁମାର ରାଓ । ଏମାନେ ଅଗାମୀ ମୁଭି ‘ହମ ଦୋ ହମାରେ ଦୋ’ର ଟ୍ରାକ୍ ‘ବାଂସୁରୀ’ ମାଧ୍ୟମରେ ଧୁମ୍ ମଚାଉଥିବା ନଜର ଆସିଛି । ସଚ୍ଚିନ-ଜିଗରଙ୍କ ଏହି ଗୀତ’ବାଂସୁରୀ’ ଏକଫୁଟ-ଟ୍ୟାପିଙ୍ଗ ଟ୍ରାକ । କ୍ରିତି, ରାଜକୁମାରଙ୍କ ସିଜଲିଙ୍ଗ କେମେଷ୍ଟ୍ରି ଏକ ଅଡିଓ ଟ୍ରିଟ୍ ଯେତେ ଭିଜୁଆଲ ହୋଇପାରିବ ତାହା ଦେଖାଇଛନ୍ତି । ଏହି ଗୀତର ଭିଡିଓ ରିଲିଜ୍ ହେଉ ହେଉ ଭାଇରାଲ ହୋଇଛି । ଗୀତର ଜବରଦସ୍ତ ବିଟ୍ସ ସାଙ୍ଗକୁ କ୍ରିତିଙ୍କ ବୋଲ୍ଡ ଅନ୍ଦାଜ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି । ଏଥିରେ କ୍ରିତି ଏକ ବ୍ଲାକ କଲର ହେଭି ବ୍ରାଲେଟ ସହ ହାଇ ଥାଇ ସ୍ଲିଟ ସ୍କର୍ଟ ପିନ୍ଧିଛନ୍ତି । ତାଙ୍କର ଏହି ଅବତାର ଖୁବ୍ ହଟ୍ ଲାଗୁଛି । ଗୀତରେ ତାଙ୍କର ଡ୍ୟାନ୍ସ ମୁଭ ବି ଦର୍ଶକଙ୍କୁ ମତୁଆଲା କରୁଛି । ମାତ୍ର କିଛି ଘଣ୍ଟା ମଧ୍ୟରେ ଭିଡିଓଟିକୁ ୧୦ ଲକ୍ଷରୁ ଅଧିକ ଥର ଦେଖା ସରିଲାଣି । ୟଙ୍ଗଷ୍ଟରଙ୍କ ମନ ମୋହୁଛି କ୍ରିତିଙ୍କ ଏହି ହଟ୍ ଲୁକ୍ ।

Share