ଜାତୀୟ ପୁରସ୍କାର ପରେ ଏବେ କ୍ରିତିଙ୍କୁ ମିଳିଲା ଆଉ ଏକ ସମ୍ମାନ, ଜାଣନ୍ତୁ…

ବମ୍ବେ: ଖୁବ୍‌ କମ୍‌ ସମୟରେ ନିଜର ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି ଅଭିନେତ୍ରୀ କ୍ରିତି ସେନନ୍‌। ଗତ ବର୍ଷ ତାଙ୍କୁ ଚଳଚ୍ଚିତ୍ର ‘ମିମି’ ଲାଗି ଜାତୀୟ ପୁରସ୍କାର ମିଳିଥିଲା। ଏବେ ଅଭିନେତ୍ରୀଙ୍କୁ ବର୍ଷ ଆରମ୍ଭରୁ ଆଉ ଏକ ବଡ଼ ପୁରସ୍କାରରେ ସମ୍ମାନିତ କରାଯାଇଛି। ସେ ଏବେ ଆଇକନିକ୍‌ ୟୁଏଇ ଗୋଲ୍ଡେନ୍‌ ଭିସା ପାଇଛନ୍ତି।

୨୦୧୯ରେ ୟୁଏଇରେ ଗୋଲ୍ଡେନ୍‌ ଭିସାର ଆରମ୍ଭ କରାଯାଇଥିଲା। ଏହି ସମ୍ମାନ ମିଳିବା ନେଇ କ୍ରିତି ନିଜର ଖୁସିବ୍ୟକ୍ତ କରିଛନ୍ତି। ଦୁବାଇ ତାଙ୍କୁ ବେଶ ଭଲ ଲାଗେ। ଏହାର ସୁନ୍ଦର ସଂସ୍କୃତିର ଅଂଶ ହେବାକୁ ନେଇ ଉତ୍ସୁକ ବୋଲି ସେ କହିଛନ୍ତି।

Share